ବାଲେଶ୍ୱରରେ ବେଆଇନ ଗୋରୁ ଚାଲାଣ ଗାଡିକୁ ପୋଲିସକୁ ଜିମା ଦେଲେ ସ୍ଥାନୀୟ ଲୋକେ

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧିନ ୧୬ନଂ ଜାତୀୟ ରାଜପଥ ମୁରୁଣା ଛକ ନିକଟରେ ବେଆଇନ ଗୋରୁ ବୋଝେଇ ଟାଟା ଏସିଇ ଗାଡିକୁ ଅଟକ ରଖି ସ୍ଥାନୀୟ ବାସିନ୍ଦା ପୋଲିସ ଜିମା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଗାଡ଼ିରେ ୭ଟି ଗୋରୁ ଥିବାବେଳେ ଗୋରୁଙ୍କୁ ମଇତାପୁର ଗୋଶାଳାରେ ଛଡ଼ାଯାଇଛି । ଅନ୍ୟପଟେ ପୋଲିସ ଗାଡ଼ିଟିକୁ ଜବତ କରିବା ସହିତ ଗାଡ଼ି ଚାଳକକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *