ପୋଲିସ ଥାନା ଆଗରେ ମାରପିଟ୍

Spread the love

ବାଲେଶ୍ୱର: ଜମି ବିବାଦକୁ ନେଇ ଫାଣ୍ଡି ଆଗରେ ମାରପିଟ। ଘଟଣାରେ ୩ଜଣ ଗୁରୁତର ଆହତ ହୋଇଥିବା ବେଳେ ୩ ଜଣକୁ ଅଟକ ରଖିଛି ପୋଲିସ। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଆରୁହା ଅଞ୍ଚଳର ଇଶ୍ୱର ସାହୁଙ୍କ ଦାଦା ପୁଅ ଭାଇ ମାନଙ୍କ ସହ ଜମି ବିବାଦ ଲାଗିରହିଥିଲା। ଏନେଇ ଇଶ୍ୱର  ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିଲେ। ଫାଣ୍ଡି ଅଧିକାରୀ ଉକ୍ତ ଘଟଣାକୁ ନେଇ ଉଭୟ ପକ୍ଷଙ୍କୁ ନିଜର ପକ୍ଷ ରଖି ଘଟଣାର ସମାଧାନ ପାଇଁ ଫାଣ୍ଡିକୁ ଡାକିଥିବା ବେଳେ ଘଟଣାର ସମାଧାନ ହୋଇ ପାରିନଥିଲା। ପରେ ବିଳମ୍ବିତ ରାତିରେ ଫାଣ୍ଡି ଆଗରେ ଇଶ୍ୱର ସାହୁ ଏବଂ ତାଙ୍କର ଅନ୍ୟ ଭାଇମାନଙ୍କୁ ଅତର୍କିତ ଭାବେ ଅପର ପକ୍ଷ ବିଭିନ୍ନ ଖଣ୍ଡା ଓ ଭୁଜାଲିରେ ମାରଣାସ୍ତ୍ର ଆକ୍ରମଣ କରିଥିଲେ। ଏଥିରେ ୩ ଜଣ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପ୍ରଥମେ ସୋର ଡାକ୍ତର ଖାନାକୁ ଆଣିଥିଲେ। ପରେ ଜଣକ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣାରେ ୩ ଜଣ ଆକ୍ରମଣକାରୀଙ୍କୁ ଫାଣ୍ଡି ପୋଲିସ ଅଟକ ରଖିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *