ବାର୍ଦ୍ଧକ୍ୟ ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ନିମନ୍ତେ ମାଲକାନଗିରି ବ୍ଲକରେ ସର୍ବେକ୍ଷଣ

ମାଲକାନଗିରି ଛ ମାଲକାନଗିରି ଜିଲ୍ଲାର ୧୧୧ ପଂଚାୟତ ଥିବାବେଳେ କେବଳ ମାଲକାନଗିରି ବ୍ଲକର ୧୯ ଟି ପଂଚାୟତରେ ବାର୍ଦ୍ଧକ୍ୟ ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ନିମନ୍ତେ ସର୍ବେକ୍ଷଣ ଆରମ୍ଭ ହୋଇଥିବା ସୂଚନା ମିଳିଛି ।

ଅନେକ ବୃଦ୍ଧ (ବୟୋଜ୍ୟେଷ୍ଠ)ବ୍ୟକ୍ତି ମାନେ ନିଜ ଭତ୍ତା ନେବା ନିମନ୍ତେ ପଞ୍ଚାୟତକୁ ଆସିପାରୁ ନଥିବା ଜାଣିପାରି ଜିଲ୍ଲା ପ୍ରଶାସନ ସେମାନଙ୍କ ଭତା ବ୍ୟାଙ୍କ୍ ଓ ପୋଷ୍ଟ ଅଫିସ ସହ ସଂଯୋଗ କରିଥିଲେ । କିନ୍ତୁ, ଏଥିରେ ମଧ୍ୟ କିଛି ଅସୁବିଧା ଦେଖା ଦେଇଥିଲା । ଏଣୁ ସେମାନଙ୍କ ପୁନଃ ମତ ସଂଗ୍ରହ ଓ ନୂତନ ବ୍ୟକ୍ତି ଚୟନ ନିମନ୍ତେ ବିଡ଼ିଓ ଅଜୟ କୁମାର ପ୍ରଧାନ ଓ ସମସ୍ତ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ସହ ୫୭ ଜଣ ୧୫/୧୬/୧୭ ମଇ ୨୦୨୩ ତିନିଦିନ ଧରି ୧୨୪ଟି ରାଜସ୍ୱ ଗ୍ରାମ ଓ ସମସ୍ତ ହମଲେଟ୍ ଗ୍ରାମକୁ ଯାଇଛନ୍ତି । ୧୨୨୯୨ ଜଣ ହିତାଧିକାରୀ ଏହି ସର୍ବେକ୍ଷଣରେ ଭାଗନେଇଥିବା ଜଣାପଡିଛି ।

ଏହି ବ୍ୟବସ୍ଥାରେ ନୂତନ ବ୍ୟକ୍ତି ଚୟନ, ଆଧାର ନଥିବା ବ୍ୟକ୍ତି, ଆଧାର କାର୍ଡ ରହିଛି କିନ୍ତୁ ଅପଡେଟ ହୋଇପାରୁନାହିଁ, ଗ୍ରାମରେ ନେଟୱାର୍କର ସମସ୍ୟା ପ୍ରଭୃତି ସର୍ବେକ୍ଷଣ କାର୍ଯ୍ୟ ଚାଲିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *