ହାଇକୋର୍ଟରୁ ଅନୁମତି…ଦୁବାଇ ଗଲେ ଜ୍ୟାକ୍‌ଲିନ୍‌

ଦିଲ୍ଲୀ ହାଇକୋର୍ଟରୁ ଅନୁମତି ମିଳିବା ପରେ IIFAରେ ସାମିଲ ହେବା ପାଇଁ ଦୁବାଇ ଗଲେ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍ l
ତାଙ୍କ ବିଦେଶ ଯାତ୍ରା ପାଇଁ ଦିଲ୍ଲୀ ହାଇକୋର୍ଟରୁ ବିଶେଷ ଅନୁମତି ନେବାକୁ ପଡିଥିଲା। ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ନାମ ଆସିବା ପରେ ଜ୍ୟାକଲିନଙ୍କୁ ଦେଶ ଛାଡିବାକୁ ଅନୁମତି ଦିଆଯାଇନଥିଲା। ଅଭିନେତ୍ରୀ ୧୫ଦିନ ପାଇଁ ବିଦେଶ ଯାତ୍ରା କରିବାକୁ ଦିଲ୍ଲୀ କୋର୍ଟରୁ ଅନୁମତି ମାଗିଥିଲେ। ଏଥିପାଇଁ ସର୍ତ ରଖି ଜଷ୍ଟିସ୍ ଜ୍ୟାକଲିନଙ୍କୁ ଆବୁଧାବି ଯିବା ପାଇଁ ଅନୁମତି ଦେଇଛନ୍ତି।

Jacqueline Fernandez at IIFA Awards 2015 in Kuala Lumpur on 5th June 2015 shown to user

ଏଥିସହିତ ନିର୍ଦ୍ଦେଶ ଦିଆଯାଇଛି କି ୧ କୋଟି ଟଙ୍କା ଫିକ୍ସ ଡିପୋଜିଟ ରସିଦ ଜମା କରିବାକୁ ପଡିବ। ଏହା ବ୍ୟତୀତ ଏକ ଶପଥ ଗ୍ରହଣ କରିବାକୁ ପଡିବ, ଯଦି ସେ ନ ଫେରନ୍ତି ତେବେ ୧ କୋଟି ଟଙ୍କା ଜମା ରାଶିକୁ ଜବତ ଜରାଯିବ।
ଜ୍ୟାକଲିନଙ୍କ ବ୍ୟତୀତ ବିମାନବନ୍ଦରରେ ଅନେକ ତାରକାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଯାହାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *