ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ଉ, ପାନୀୟ ଜଳ ବୋତଲ ଉତ୍ପାଦନ ୟୁନିଟ୍ ସିଲ୍‌

ଭଦ୍ରକ : ଭଦ୍ରକ ଗ୍ରାମା ଳ ଥାନା ଅଧୀନ ବରପଦା ଠାରେ ଥିବା ନାୟକ ଏ ରପ୍ରାଜରସ୍‌ର ପାନୀୟ ଜଳ ବୋତଲ ପ୍ରସ୍ତୁତି ଓ ପ୍ୟାକେଜିଂ ୟୁନିଟ୍ କୁ ଆଜି ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗ ଚଢ଼ଉ କରି ସିଲ୍ କରିଦଇଛି । ସୂଚନା ଯୋଗ୍ୟକି ଏହି ଉଦ୍ୟୋଗର ବି.ଆର.ଏସ୍‌. ପ୍ରମାଣ ପତ୍ରର ଅବଧି ସମାପ୍ତ ହୋଇଯାଇଥିଲେ ବି ତାର ନବୀକରଣ କରାନଯାଇ ଉତ୍ପାଦନ ଚାଲୁ ରହିଥିଲା । ଖାଦ୍ୟ ନିରାପ । ବିଭାଗର ଡେଜିଗ୍‌ନେଟେଡ଼୍ ଅଧିକାରୀ ତଥା ଡି.ପି.ଚେ.ଓ ଡା ଭାରତୀ ରାଉତଙ୍କୁ ନେତୃତ୍ୱରେ ଏହି ଚଢ଼ଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଖାଦ୍ୟ ନିରାପ । ଅଧିକାରୀ ବିଭୁଦ ଦାସଙ୍କ ସହିତ ପୋଲିସ୍ ଓ ଟିମ୍‌ର ଅନ୍ୟ କର୍ମଚାରୀ ସାମିଲ ଥିଲେ । ସେଠାରେ ଥିବା ସମସ୍ତ ପାନୀୟ ବୋତଲ ପ୍ୟାକେଟକୁ ନଷ୍ଟ କରି ଦିଆଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *