ଡାକ୍ତର ସୁରଥ ବିଶ୍ୱାଳଙ୍କ ସ୍ମୃତିସଭା

Spread the love

ଭଦ୍ରକ : ଭଦ୍ରକର ସୁନାମଧନ୍ୟ ଭେଷଜ ଚିକିତ୍ସକ ଡାକ୍ତର ସୁରଥ କୁମାର ବିଶ୍ୱାଳଙ୍କ ବିୟୋଗ ଜନିତ ସ୍ମୃତିସଭା ଭଦ୍ରକ ଗାନ୍ଧି ବିଚାରମ ପକ୍ଷରୁ ଜାନୁଗଞ୍ଜ ସ୍ଥିତ ‘ଦିବ୍ୟମ୍‌’ ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି । ଗାନ୍ଧି ବିଚାର ମଂଚର ସଭାପତି ଶିକ୍ଷାବିତ୍ ଶାନ୍ତନୁ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରେଣ୍ୟ ଅତିଥି ଭାବେ ଡାକ୍ତର ରବୀନ୍ଦ୍ର କୁମାର ନାୟକ, ଡାକ୍ତର ଦୁର୍ଯ୍ୟୋଧନ ଦାସ, ତ୍ୟାଗଭୂମିର ସଭାପତି ଅଜୟ ନାୟକ, ବରିଷ୍ଠ ନାଗରିକ ମହାସଂଘର ଜିଲ୍ଳା ସଭାପତି ଲଲାଟେନ୍ଦୁ ମହାନ୍ତି, ପ୍ରାଧ୍ୟାପିକା ରାଧାରାଣୀ ମହାପାତ୍ର ପ୍ରମୁଖ ଯୋଗ ଦେଇ ଡାକ୍ତର ବିଶ୍ୱାଳଙ୍କ ସ୍ମୃତି ଚାରଣ କରି ଡାକ୍ତର ବିଶ୍ୱାଳ ଜଣେ କେବଳ ଚିକିତ୍ସକ ନଥିଲେ, ସେ ଜଣେ ପରୋପକାରୀ ଦରଦୀ ଭଲ ମଣିଷ ଥିଲେ । ଯିଏ ଯେଉଁ ସମୟରେ ତାଙ୍କ ପାଖରେ ପହ ôଥାଏ ବିନା ଦ୍ୱିଧାରେ ସେ ତାଙ୍କର ଚିକିତ୍ସା କରିଥାନ୍ତି । ତାଙ୍କ ହସହସ ମୁହଁରେ କେବେ ବି ବିରକ୍ତିର ଭାବ ଦେଖା ଯାଇନାହିଁ । ଭଦ୍ରକରେ ଯେଉଁ କେତେଜଣ ସ୍ୱନାମଧନ୍ୟ ଡାକ୍ତର ଜିଲ୍ଳା ତଥା ଜିଲ୍ଳା ବାହାରେ ସୁନାମ ଅର୍ଜନ କରିଛନ୍ତି, ସେମାନଙ୍କ ମଧ୍ୟରେ ଡାକ୍ତର ବିଶ୍ୱାଳ ଥିଲେ ଅନ୍ୟତମ ବୋଲି ବକ୍ତାମାନେ ବକ୍ତବ୍ୟରେ ପ୍ରକାଶ କରିଥିଲେ । ବିଚିତ୍ରାନନ୍ଦ ମହାନ୍ତି ଏବଂ ଗୌରାଙ୍ଗ ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଗାନ୍ଧି ବିଚାର ମ ର ସମ୍ପାଦକ ସୁଧାକର ରାଉତ ଅତିଥିଙ୍କୁ ମ ଆମନ୍ତ୍ରଣ କରିବା ସହିତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସ୍ମୃତି ସଭା ପ୍ରାରମ୍ଭରେ ସ୍ୱର୍ଗତ ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସାହିତ୍ୟିକ ହରମୋହନ କୁଅଁର, କିରଣ ଚନ୍ଦ୍ର ଗୁଇଁ, ପ୍ରାଧ୍ୟାପିକା ଉତ୍ପଳା ନାୟକ, କବୟିତ୍ରୀ ଗୀତାରାଣୀ ଆଇଚ, ବୈଲୋଚନ ବେହୁରିଆ, ଶିକ୍ଷାବିତ୍ ଗୟାଧର ପଣ୍ଡା, ସମାଜସେବୀ ନାରାୟଣ ପାଢୀ, ଦିଲିପ ନାୟକ, ଶିକ୍ଷାବିତ୍ ଅନାଦି ଚରଣ ଦାଶ, ବରିଷ୍ଠ ନାଗରିକ ମ ର ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର, ପରମାନନ୍ଦ ସାହୁ, ଲକ୍ଷ୍ମୀକାନ୍ତ ବାରିକ, ଲକ୍ଷ୍ମଣ ମହାନ୍ତି, ଇନ୍ଦ୍ରମଣି ପଣ୍ଡା, ନାଟ୍ୟକାର ବିଜୟ ଦାସ ପ୍ରମୁଖ ବହୁ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତ ଆତ୍ମାର ସ୍ମୃତିଚାରଣ କରିଥିଲେ ।

Leave a Reply

Your email address will not be published. Required fields are marked *