ଗତକାଲି ରାତିରେ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଶେଷ ଲିଗ୍ ମ୍ୟାଚ୍ ରେ ଗୁଜୁରାଟ ଟାଇଟାନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ 6 ୱିକେଟ୍ ବିଜୟ ସହ ଆଇପିଏଲରୁ ବାଦ୍ ଦେଇଛି।
ପ୍ରଥମେ ବ୍ୟାଟିଙ୍ଗ କରି ବାଙ୍ଗାଲୋର ବିରାଟ କୋହଲିଙ୍କ ଅପରାଜିତ 61 ବଲ୍ 101 ରନ୍ ନକ୍ ବଳରେ ନିର୍ଦ୍ଧାରିତ 20 ଓଭରରେ ପାଞ୍ଚ ୱିକେଟ୍ ହରାଇ ମୋଟ 197 ରନ୍ ସଂଗ୍ରହ କରିଥିଲେ । ଗୁଜୁରାଟ ପାଇଁ ନୁର ଅହମ୍ମଦ ଦୁଇଟି ୱିକେଟ୍ ନେଇଥିଲେ ।
ଏହାର ଜବାବରେ ଗୁଜୁରାଟ 19.1 ଓଭରରେ ଶୁଭମାନ ଗିଲଙ୍କ ଦ୍ୱିତୀୟ ଆଇପିଏଲ ଶତକ ସାହାଯ୍ୟରେ ଚାରି ୱିକେଟ୍ ହରାଇ ବିଜୟ ଲକ୍ଷକୁ ହାସଲ କରି ନେଇଥିଲା ।
ଏହାପୂର୍ବରୁ ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ୱାଁଖଡେ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦକୁ 8 ୱିକେଟରେ ପରାସ୍ତ କରିଥିଲା । ଏହା ସହ ବାଙ୍ଗାଲୋର ବର୍ତ୍ତମାନ ଆଇପିଏଲ୍ ପ୍ଲେ ଅଫ୍ ରି ବାହାରେ ହୋଇ ଯାଇଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ଚତୁର୍ଥ ଦଳ ଯୋଗ୍ୟତା ହାସଲ କରିନେଇଛି। ଗୁଜୁରାଟ ଟାଇଟାନ୍ସ, ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ପ୍ଲେ ଅଫ୍ ପାଇଁ ଆଗରୁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି।
ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସ ଆସନ୍ତାକାଲି ପ୍ରଥମ କ୍ୱାଲିଫାୟରରେ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ମୁହାଁମୁହିଁ ହେବାକୁ ଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ବୁଧବାର ଦିନ ଏଲିମିନେଟରରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ସହିତ ଲଢିବ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now