ଜୟପୁର : ରାଜ୍ୟ ଆଇନ ସେବା ପ୍ରାଧିକରଣ ଆଦେଶକ୍ରମେ ଜିଲ୍ଲା ଦୌରାଜଜ ତଥା ଅଧକ୍ଷ ଜିଲ୍ଲା ଆଈନ ସେବା ପ୍ରାଧିକରଣ, ଜୟପୁର ଶ୍ରୀଯୁକ୍ତ ସତ୍ୟ ନାରାୟଣ ମିଶ୍ରଙ୍କ ତତ୍ୱବଧାନରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଭିନ୍ନକ୍ଷମଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଚଳିତ ମାସ ୨୨ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବାରୁ ଆଜି ଏକ ଆଇନ ସଚେତନତା ବାର୍ତା ପାଇଁ ରାଲି କରାଯାଇଥିଲ । ଏହି ରାଲିରେ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀଯୁକ୍ତ ସତ୍ୟ ନାରାୟଣ ମିଶ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରାଲିରେ ଜିଲ୍ଲା ଓ ଦୌରାଜଜ ସତ୍ୟ ନାରାୟଣ ମିଶ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସୁମନ ଜେନା, ଜିଲ୍ଲା ବାର ପ୍ରେସିଡେନ୍ଟ ଶ୍ରୀ ବିରେଶ କୁମାର ପଟ୍ଟନାୟକ ଓ ଅନ୍ୟାନ୍ୟ ବରିଷ୍ଠ ଓକିଲ ତତ୍ସାହିତ ଡିଫେନ୍ସ କାଉନସେଲ କାର୍ଯ୍ୟାଳୟର କର୍ମକର୍ତା ଓ ପାରା ଲିଗାଲ ସ୍ୱେଛାସେବୀ ଆଦି ଏହି ଅଭିଯାନରେ ସାମିଲ ଥିଲେ ।
ସେହିପରି ଆଜି ୨୨-୦୫-୨୦୨୩ରିଖରେ ଜିଲ୍ଲା ଜଜ ତଥା ଅଧକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଆଦେଶକ୍ରମେ ଆଜି ସଚିବ ସୁମନ ଜେନା କୋରାପୁଟର ଶିଶୁ ଯତ୍ନ ଅନୁଷ୍ଠାନ ପରିଭ୍ରମଣ କରିଥିଲେ । ଏହି ଅନୁଷ୍ଠାନରେ ଅନ୍ତେବାସୀଙ୍କ ସୁରକ୍ଷା ଓ ଯତ୍ନ ସମ୍ପର୍କରେ ତଦାରଖ କରିବ ସହିତ ଅନାଥ ଶିଶୁ ମାନଙ୍କର ପାନୀୟ, ସ୍ୱାସ୍ଥ୍ୟ, ପୃଷ୍ଟିକର ଖାଦ୍ୟ, ପରିବେଶ ସମ୍ପର୍କରେ କର୍ମକର୍ଥା ଠାରୁ ବିସ୍ତ୍ରୁତ ରିପୋର୍ଟ ତଲବ କରିଥିଲେ । ଏହି ଅନୁଷ୍ଠାନରେ ରହୁଥିବା ୨ମାସରୁ ୨ ବର୍ଷ ପର୍ଯ୍ୟନ୍ତ ୧୩ ଜଣ ଶିଶୁ ମାନଙ୍କୁ କିପରି ଅଧିକ ଯତ୍ନ ସହକାରରେ ରହିବେ ସେଥିପାଇଁ ପ୍ରତିମାସରେ ଦୁଇଥର ଜିଲ୍ଲା ଚିକିତ୍ସା ଅଧିକାରୀଦ୍ୱାରା ଶିଶୁରୋଗ ବେଶେଷଜ୍ଞଙ୍କୁ ଡେପୁଟ କରିବା ବୋଲି ସୁପେରିୟରଙ୍କୁ ସଚିବ ଶ୍ରୀ ସୁମନ ଜେନା ପ୍ରତିଶ୍ରୁତି ଦେଇଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now