କନ୍ଧମାଳ : ଆସନ୍ତାକାଲି ଆଜି ନେକ୍ସ ଡୋର ଫିଲ୍ମ ବ୍ୟାନର ରେ ପ୍ରସ୍ତୁତ ଭିନ୍ନ ସ୍ୱାଦର ଓଡ଼ିଆ ଫିଲ୍ମ ପ୍ରୀତିବନ୍ଧନ ରିଲିଜ ହେବ ଫୁଲବାଣୀ ସ୍ଥିତ ଶ୍ରଦ୍ଧାଞ୍ଜଳି ଟକିଜ ରେ ଶୁଭାରମ୍ଭ ହେବ । ଫିଲ୍ମରେ ଅଭିନୟ କରିଥିବା ହିରୋ, ହିରୋଇନଙ୍କ ଠାରୁ ଆରମ୍ଭ କରି ନିର୍ଦେଶକ, ପ୍ରଯୋଜକ, ସଙ୍ଗୀତଜ୍ଞ ଓ ଅନ୍ୟାନ୍ୟ ସମସ୍ତ କଳାକାର ଫୁଲବାଣୀ ଆସି ଶ୍ରଦ୍ଧାଞ୍ଜଳି ଟକିଜରେ ଉପସ୍ଥିତ ରହି ବେ ବୋଲି ଫୁଲବାଣୀ ର ଜଣାଶୁଣା ସମାଜ ସେବୀ, ଅଭିନେତା, ତଥା ଫିଲ୍ମ ପ୍ରଯୋଜକ ପ୍ରଶାନ୍ତ ନାୟକ ସୂଚନା ଦେଇଛନ୍ତି । ଏଥିରେ ଓଡିଶାର କଳା, ସଂସ୍କୃତି ଓ ପରମ୍ପରାକୁ ପ୍ରାଧାନ୍ୟ ଦିଆଯାଇଥିବା କଥା ନାୟକ କହିଛନ୍ତି । ପ୍ରଶାନ୍ତ ନାୟକ ଓ ନରେନ୍ଦ୍ର ପାତ୍ର ଙ୍କ ପ୍ରଯୋଜିତ ଏହି ଫିଲ୍ମ ରେ ତ୍ରୀକୋଣୀୟ ପ୍ରେମର କାହାଣୀ ବେଶ ହୃଦୟସ୍ପର୍ଶୀ । ଏହାର ନିର୍ଦେଶନା ଦେଇଛନ୍ତି ରାଶେଷ ମହାନ୍ତି । ସଂଗୀତ ନିର୍ଦେଶନା ଦେଇଛନ୍ତି ବରିଷ୍ଠ ତଥା ଜଣାଶୁଣା ସଂଗୀତନିର୍ଦେଶକ ଅଭିଜିତ ମଜୁମଦାର । ନୃତ୍ୟ ନିର୍ଦେଶନା ଦେଇଛନ୍ତି ସୁଧାକର ବସନ୍ତ, ଓ ସ୍ମୃତି ଆର. କ୍ଷ ଏହାର କ୍ରିଏଟିଭ ହେଡ଼ ଓ ମିଡ଼ିଆ ପ୍ଳାନର ପ୍ରଣୟ ଜେଠି । ଏହି ନିଛକ ଓଡ଼ିଆଚଳଚିତ୍ର ହେଉଛି ପ୍ରଯୋଜନା ସଂସ୍ଥା ର ପ୍ରଥମ ଫିଲ୍ମ ବୋଲି କୁହାଯାଉଛି ।
ଏହି ଫିଲ୍ମରେ ଅଭିନେତା, ଅଭିନେତ୍ରୀ ଭାବେ ସମ୍ବିତ, ତମନ୍ନା ଓ ତୃପ୍ତି ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ପୁଷ୍ପା ପଣ୍ଡା, ପୃଥ୍ୱୀରାଜ ନାୟକ, ଭୂପତି ତ୍ରିପାଠୀ, ସର ଅପା, ଅଳକା, ପ୍ରଶାନ୍ତ ନାୟକ, ନୂପୁର ଓ ସସ୍ମିତା ପ୍ରମୁଖ ଅଭିନୟ କରିଛନ୍ତି ।
ଆସନ୍ତାକାଲି ଫୁଲବାଣୀ ଶ୍ରଦ୍ଧାଞ୍ଜଳି ଟକିଜ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଏହା ମୁକ୍ତିଲାଭ କରିବ ।
ଓଡ଼ିଆ ସିନେ ଦର୍ଶକ ଦିନକୁଦିନ କମିଯାଉଥିଲେ ମଧ୍ୟ ପ୍ରଯୋଜକ ପ୍ରଶାନ୍ତ ନାୟକ ଓ ନରେନ୍ଦ୍ର ପାତ୍ର ସିନେମା ତିଆରି ପ୍ରତି ମନ ବଳାଇବା ନିଶ୍ଚିତ ଖୁସିର ବିଷୟ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now