ନଗଦ ଅର୍ଥ ଆକାରରେ ଭତ୍ତା ପ୍ରଦାନ କରିବା ସପକ୍ଷରେ ଯୁକ୍ତି ବାଢି ମଧ୍ୟସ୍ଥିଙ୍କୁ ସାହାଯ୍ୟ କରୁଛନ୍ତି ବିଜେଡି ସରକାର – ମୁକେଶ ମହାଲିଙ୍ଗ୍

ଭୁବନେଶ୍ୱ ର: ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଜଣେ ଶିକ୍ଷିତ ହୋଇ ମଧ୍ୟ କେବଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିବା ପାଇଁ କେବଳ ପ୍ରତିକ୍ରିୟା ରଖୁଛନ୍ତି । ସମ୍ଭବତଃ ସେ ଚିଠିକୁ ଭଲରେ ପଢିନାହାନ୍ତି କିମ୍ବା ନିଜ ବସଙ୍କ ନିର୍ଦ୍ଦେଶରେ ଏଭଳି ପ୍ରତିକ୍ରିୟା ରଖୁଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ୍ । ସାମାଜିକ ସୁରକ୍ଷା ଭତ୍ତା ନଗଦ ଅର୍ଥ ଆକାରରେ କରିବା ସପକ୍ଷରେ ଯୁକ୍ତି ବାଢି ବିଜେଡି ସରକାର ମଧ୍ୟସ୍ଥିଙ୍କୁ ସାହାଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି ।

ଶ୍ରୀ ମହାଲିଙ୍ଗ୍ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଡିବିଟି ଜରିଆରେ ସାମାଜିକ ସୁରକ୍ଷା ପେନସନ ପ୍ରଦାନ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଭିମୁଖ୍ୟ ହେଉଛି ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ନିଶ୍ଚିତ ସୁବିଧା ଗୁଡ଼ିକର ସଠିକ୍ ବିତରଣକୁ ସୁନିଶ୍ଚିତ କରିବା । ସସ୍ମିତ ପାତ୍ର ଭଲରେ ଅବଗତ ଅଛନ୍ତି ଯେ ନଗଦ ଅର୍ଥ ପ୍ରଦାନ ଦ୍ୱାରା ମଧ୍ୟସ୍ଥିଙ୍କ ଦ୍ୱାରା ଦୁର୍ନୀତି, ଅବ୍ୟବସ୍ଥା ଉପୁଜିପାରେ । ଦୁର୍ଗମ ଓ ଗ୍ରାମାଞ୍ଚଳରେ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ପ୍ରଶିକ୍ଷଣ ପାଇଥିବା ବ୍ୟାଙ୍କ ମିତ୍ର, ପୋଷ୍ଟ ଅଫିସ, ଜନସେବା କେନ୍ଦ୍ରର ବ୍ୟବସ୍ଥା ଥିବା ପରେ ମଧ୍ୟ କାହିଁକି ମଧ୍ୟସ୍ଥିଙ୍କୁ ଏଥିରେ ଅନ୍ତର୍ଭୃକ୍ତ କରାଯାଉଛି ? ଆଶା କରୁଛି, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଦ୍ୱାରା ଉଠାଯାଇଥିବା ପ୍ରସଙ୍ଗକୁ ସେ ବୁଝିବେ ଏବଂ ନଗଦ ଅର୍ଥ ଭତ୍ତା ପ୍ରଦାନ କରିବାକୁ ନେଇ ହେଉଥିବା ସମ୍ପର୍କ ବିଷୟରେ ନିଜ ନେତାଙ୍କୁ ଅବଗତ କରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାମାଜିକ ସୁରକ୍ଷା ଯୋଜନା ଯଥା ପିଏମ ଜୀବନ ଜ୍ୟୋତି ଯୋଜନା, ପିଏମ ସୁରକ୍ଷା ବୀମା ଯୋଜନା, ପିଏମ ମାତୃବନ୍ଦନା ଯୋଜନା, ଜନଧନ ଯୋଜନା, ପିଏମ କିଷାନ ଯୋଜନା ଭଳି ଯୋଜନାରେ ପ୍ରତ୍ୟକ୍ଷ ଭାବେ ହିତାଧିକାରୀମାନେ ଲାଭ ପାଉଛନ୍ତି । ବିଜେଡ଼ି ନେତୃତ୍ୱ ଏହାକୁ ଭଲ ଭାବରେ ବୁଝୁଥିବେ ।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ସଫଳ ରୂପାୟନ ଏବଂ ଡିବିଟି ମାଧ୍ୟମରେ ୧୧ କୋଟିରୁ ଅଧିକ ହିତାଧିକାରୀଙ୍କୁ ଲାଭ ହସ୍ତାନ୍ତର କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦାହରଣ ସୃଷ୍ଟି କରିଥିଲେ । ଏହି ଯୋଜନାର ସଫଳ ରୂପାୟନ ପାଇଁ ସେ ଉଜ୍ଜ୍ୱଳା ମ୍ୟାନ ନାମରେ ପରିଚିତ । ଓଡ଼ିଶାର ଲୋକମାନେ ସବୁ ଜାଣିଛନ୍ତି କିଏ ସତ୍ୟତାରୁ ଦୂରରେ ଅଛନ୍ତି । ଏହାବ୍ୟତିତ ବିଜେଡି ମୁଖପାତ୍ର ମାନିଛନ୍ତି ଯେ ୨୩ ବର୍ଷ ଧରି କ୍ଷମତାରେ ଥିବା ତାଙ୍କ ସରକାର ଦୁର୍ଗମ ଏବଂ ଗ୍ରାମାଞ୍ଚଳରେ ଉତ୍ତମ ଯୋଗାଯୋଗ ସ୍ଥାପନ କରିବାରେ ବିଫଳ ହୋଇଛନ୍ତି । ଏହା ଉପରେ ଶ୍ରୀ ପାତ୍ର ତାଙ୍କ ନେତାଙ୍କୁ ଜଣାଇବେ ଏବଂ ବାସ୍ତବ ଘଟଣା ବୁଝିଲେ ନିଜେ କହିଥିବା କଥାରୁ ଓହରିବେ ବୋଲି ଲୋଇସିଂହା ବିଧାୟକ ଆଶାବ୍ୟକ୍ତ କରିଛନ୍ତି

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *