ଧର୍ମେନ୍ଦ୍ର ଅର୍ଚ୍ଚନା ମାମଲା: ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠ ପକ୍ଷରୁ ଧାରଣା

Spread the love

ଭୁବନେଶ୍ବର: ନିମାପଡ଼ା ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣା  ଏବଂ ବହୁଚର୍ଚ୍ଚିତ ଯୌନ କେଳେଙ୍କାରୀ ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାକୁ ନେଇ ପୁଣି ଆଜି ବିଜେଡି ଉପରେ ବର୍ଷିଲା ବିଜେପି। ଗୁରୁବାର ଦିନ ବିଜେପି ବୁଦ୍ଧିଜୀବୀ ମହଲ ପକ୍ଷରୁ ଶାସକ ଦଳକୁ ଟାର୍ଗେଟ କରାଯାଇଛି।

ଧର୍ମେନ୍ଦ୍ର ସାହୁ ମୃତ୍ୟୁ  ଘଟଣାରେ  ମନ୍ତ୍ରୀ ସମୀର ଦାଶ ସମ୍ପୃକ୍ତ ଥିବା ବେଳେ ଅର୍ଚ୍ଚନ ନାଗ ମାମଲାରେ ଶାସକ ଦଳର ବହୁ ମନ୍ତ୍ରୀ ଓ ବିଧାୟକ ସମ୍ପୃକ୍ତ ରହିଛନ୍ତି। ତେଣୁ ପୁଲିସ ଟାଳଟୁଳ ନୀତି ଆପଣେଇ ସେମାନଙ୍କୁ ଖସାଇବାକୁ ଚେଷ୍ଟା କରୁଛି ବୋଲି ବିଜେପି ବୁଦ୍ଧିଜୀବୀ ମହଲ ପକ୍ଷରୁ ଅଭିଯୋଗ ହୋଇଛି।

ପୁଲିସର କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠ ପକ୍ଷରୁ ଧାରଣା ଦିଆଯାଇଛି। ଏ ଦୁଇ ଘଟଣାରେ ରାଜ୍ୟ ସରକାରଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ।

Leave a Reply

Your email address will not be published. Required fields are marked *