ନୂଆଦିଲ୍ଲୀ : ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) । ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ପାଣିପାଗ ବିଭାଗ ସୂଚନା ଦେଇଛି ଯେ ମୌସୁମୀ ଜୁନ୍ ୪ ରେ କେରଳରେ ପହଂଚିବ । ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ଏକ ସପ୍ତାହ ପାଇଁ ଆରବ ସାଗରରେ ଘୂର୍ଣ୍ଣିବଳୟର ସମ୍ଭାବନା ନାହିଁ ।
ଉତର-ପଶ୍ଚିମ ଭାରତରେ ଏପର୍ଯ୍ୟନ୍ତ ସାଧାରଣ ବର୍ଷା ଠାରୁ କମ୍ ବର୍ଷା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବିଭାଗ ଅନୁଯାୟୀ, ଯଦି ସବୁ ସ୍ଥାନରେ ବର୍ଷା ପ୍ରାୟ ସମାନ ହୁଏ ତେବେ ଏହା ଏକ ଆଦର୍ଶ ପରିସ୍ଥିତି ହେବ । ଯଦି ଆମେ ସବୁ ସ୍ଥାନରେ ସମାନ ପରିମାଣର ବର୍ଷା ପାଇବା ତେବେ କୃଷି ଅଧିକ ପ୍ରଭାବିତ ହେବ ନାହିଁ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now