ନଣନ୍ଦକୁ ନେଇ ବୋହୁ ଫେରାର…

ବିବାହ ପରେ ଅଳଙ୍କାର ଏବଂ ନଗଦ ଟଙ୍କା ନେଇ ପଳାଉଥିବା ବୋହୂ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ | କିନ୍ତୁ ଏହି ମାମଲା ଟିକିଏ ଅଲଗା ଅଟେ ଯାହାକି ରାଜସ୍ତାନ ପୁଷ୍କର ଜିଲ୍ଲାର । ଏହି ଘଟଣା ରେ ଲୁଟେରା ବୋହୁ କେବଳ ଟଙ୍କା ଓ ଗହଣା ନୁହଁ ନିଜ ନଣନ୍ଦ କୁ ସାଙ୍ଗରେ ନେଇ ଫେରାର ହୋଇଛି l
ଡକାୟତ ବୋହୂ ବିବାହର 15 ଦିନ ପରେ ଶନିବାର ଦିନ ଅଳଙ୍କାର ସହିତ 12 ବର୍ଷର ନଣନ୍ଦ ପ୍ରୀତିଙ୍କ ସହ ଫେରାର ହୋଇଛି। ସବୁ ଜାଗାରେ ଖୋଜାଖୋଜି କରିବା ପରେ ପରିବାର ସଦସ୍ୟ ଏବେ ପୋଲିସ ର ଦ୍ୱାରସ୍ଥ ହୋଇଛନ୍ତି | ଏଭଳି ପରିସ୍ଥିତିରେ ପରିବାର ସଦସ୍ୟ ଝିଅ ପ୍ରୀତି ର ଜୀବନ ରକ୍ଷା ପାଇଁ ଚିନ୍ତା ବ୍ୟକ୍ତ କରିଛନ୍ତି | ମେ 27 ରେ, ପାଞ୍ଚକୁଣ୍ଡ ବାସିନ୍ଦା 27 ବର୍ଷୀୟ ୟାତୁ ଓ 28 ବର୍ଷୀୟ ପୂଜା କୁ ବିବାହ କରିଥିଲେ | ଝିଅଟି ଝାଡ଼ଖଣ୍ଡ ଜୁମ୍ମା ରାମଗଡର ବାସିନ୍ଦା |

ୟାତୁ କହିବା ଓ ଶୁଣିବାରେ ଅସୁବିଧାର ସମ୍ମୁଖୀନ ହୋଇଥିବାରୁ ତାଙ୍କ ବିବାହରେ ବିଳମ୍ବ ହୋଇଥିଲା l ୟାତୁଙ୍କ ପିତା ଦୟାପ୍ରକାଶ କହିଛନ୍ତି ଯେ ପରିଚିତ ପଙ୍କଜ କୁମାର ଗତ 4 ମାସ ଧରି ଘରକୁ ଆସୁଥିଲେ। ସେ ଆମ ପୁଅକୁ ବିବାହ କରିବା ବିଷୟରେ କହିଥିଲେ। ସେ ଝାଡଖଣ୍ଡର ଝିଅଘର ଲୋକଙ୍କ ସହ ଯୋଗାଯୋଗ କରିଥିଲେ। ବିବାହରେ ଖର୍ଚ୍ଚ ନା’ରେ 3.50 ଲକ୍ଷ ଟଙ୍କା ନେଇଥିଲା ପଙ୍କଜ | ଘରେ ପ୍ରାୟ ସବୁକିଛି ଠିକ୍ ଚାଲିଥିଲା | ୟାତୁ ପୁଷ୍କର ଏକ ଜଳ କ୍ୟାମ୍ପର୍ ଯୋଗାଣ କମ୍ପାନୀରେ କାମ କରନ୍ତି | କିନ୍ତୁ ମଇ 10 ରେ ସବୁ ବଦଳିଗଲା l ନିର୍ଜଳା ଏକାଦାଶି କାରଣରୁ ୟାତୁ ସକାଳେ ଜଳ ଯୋଗାଣ କରିବାକୁ ଯାଇଥିଲେ | ଏହାର ସୁଯୋଗ ନେଇ ଡକାୟତ ବୋହୁ ପୂଜା ଶାଶୁ ଶାଶିବାଲା ଏବଂ ଶ୍ୱଶୁର ଦିନପ୍ରକାଶଙ୍କୁ କୋଠରୀରେ ବନ୍ଦ କରି ଫେରାର ହୋଇଗଲା ବୋହୁ। ନଣନ୍ଦ ପ୍ରୀତିକୁ ମଧ୍ୟ ପ୍ରଲୋଭିତ କରି ସାଙ୍ଗରେ ନେଇଗଲା ବୋହୁ |

କୋଠରୀରେ ତାଲା ପଡ଼ିଥିବା ୟାତୁଙ୍କ ପିତାମାତା ଦୀର୍ଘ ସମୟ ଧରି ଚିତ୍କାର କରିଥିଲେ। ପଡ଼ୋଶୀମାନେ ଏହି ଶବ୍ଦ ଶୁଣି ସେମାନଙ୍କୁ ବାହାରକୁ ଆଣିଲେ। ଯାହା ପରେ ଶୁକ୍ରବାର ପୁଷ୍କର ପୋଲିସ ଷ୍ଟେସନରେ ଏକ ନିଖୋଜ ରିପୋର୍ଟ ଦାଖଲ କରାଯାଇଥିଲା। ପୂଜା ତା ସହ ବହୁମୂଲ୍ୟ ଅଳଙ୍କାର, ବିବାହର ମଙ୍ଗଲସୁତ୍ର, ଦୁଇଟି ମୁଦି, ପାଉଁଝୀ, କାନଫୁଲ ନେଇ ଫେରାର ହୋଇଛି | ସକାଳ 10 ଟାରେ ରେଳ ଷ୍ଟେସନ ଆଡକୁ ଯାଉଥିବାବେଳେ ଭିଡିଓ ସିସିଟିଭି ରେ ଦେଖାଯାଇଛି | ଯେଉଁଥିରେ ତାଙ୍କ ସହିତ ପ୍ରୀତି ମଧ୍ୟ ଅଛନ୍ତି |


ପୁଷ୍କର ଥାନାର ଏଏସଆଇ ଅମରଚାନ୍ଦ କହିଛନ୍ତି ଯେ ରେଳ ଷ୍ଟେସନ ଏବଂ ବସଷ୍ଟାଣ୍ଡ ରେ ପଚରାଉଚରା ଜାରିରହିଛି। ରେଳ ଷ୍ଟେସନରୁ ପ୍ରାଥମିକ ତଦନ୍ତ ରୁ ଜଣାପଡିଛି ଯେ ଲୁଟେରା ବୋହୁ ନଣନ୍ଦ କୁ ଧରି ଝାରଖଣ୍ଡ ଚାଲିଯାଇଛି। ପୁଷ୍କର ପୋଲିସ ଝାରଖଣ୍ଡ ପୋଲିସ ସହ ଯୋଗାଯୋଗ କରୁଛି। ଏଥି ସହିତ ଝିଅ ଏବଂ ତାର ପରିବାର ସହ ମୋବାଇଲରେ ସମ୍ପର୍କ କଲେ ମଧ୍ୟ କୌଣସି ଯୋଗାଯୋଗ ହାଇପାରିନଥିବା ସୂଚନା ମିଳିଛି |

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *