ଜୟପୁର ଜଗନ୍ନାଥ ମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପରେGaja Besa ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତି

ଜୟପୁର : ଜୟପୁର ଜଗନ୍ନାଥ ମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁଦ୍ଧାମୂର୍ତି । ଚତୁଦ୍ଧାମୂର୍ତିଙ୍କୁ ଅନ୍ନ ଭୋଗଲାଗି କରାଯାଇ ରତ୍ନ ସିଂହାସନରୁ ଓହ୍ଲାଇ ଅଣାଯାଇଥିଲା । ସଂକୀର୍ତନ, ବାଜା ରେ ଶ୍ରୀଜୀଉ, ପିତତପାବନ, ସୁର୍ଦଶନଙ୍କୁ ସାଢେ ୩ଟାରେ ସ୍ନାନ ମଣ୍ଡପକୁ ବିଜେ କରାଯାଇଥିଲା ।୧୦୮ ହାଣ୍ଡିର ଜଳ, ପଇଡ, ନଡିଆ ପାଣିରେ ଚତୁଦ୍ଧାମୂର୍ତି ସ୍ନାନ କରାଯାଇଥିଲା । ସ୍ନାନପରେ ଗଜାନନବେଶରେ ଦର୍ଶନ ଦେଇଥିଲେ ଚତୁଦ୍ଧାମୂର୍ତି । ଚତୁଦ୍ଧାମୂର୍ତିଙ୍କୁ ପଇଡ, ନଡିଆ ପାଣି, ଗଙ୍ଗା ଜଳରେ ସ୍ନାନ କରାଇଥିଲେ । ପରେ ଠାକୁରଙ୍କ ଗଜାନନ ବେଶ ହୋଇଥିଲା । ଠାକୁରଙ୍କ ଗଜାନନ ବେଶ ସହ ଦେବ ସ୍ନାନ ଦେଖିବାକୁ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ହାତରେ ନଡିଆ, କଦଳି ଧରି ପହଂଚିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଟାଉନ ପୋଲିସ ମୁତୟନ ହୋଇଥିଲେ । ଦେବୋତର ବିଭାଗ ତରଫରୁ ସବୁ ବ୍ୟବସ୍ଥା କରାଯାଇଥିଲା । ଦେବ ସ୍ନାନ ସମୟରେ ଘଂଟା, ବାଜା, ହୁଳ ହୁଳି ସଂକୀର୍ତନ ମଣ୍ଡଳିଙ୍କ ଗୀତରେ ପରିବେଶ ମୁଖରିତ ହୋଇଉଠିଥିଲା । ଜଗନ୍ନାଥଙ୍କ ମୁଖ୍ୟ ପୁରୋହିତ ଡମ୍ବ୍ରୁରୁ ଧର ପଣ୍ଡା, ଜଗନ୍ନାଥ ତ୍ରିପାଠୀ ସମସ୍ତ ନିତି କାନ୍ତ ତୁଲାଇ ଥିବା ବେଳେ ଦେବୋତର ବିଭାଗ ତରଫରୁ ସବୁ ବ୍ୟବସ୍ଥା କରାଯାଇଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *