କେନ୍ଦ୍ର ସରକାର ରେଳଯାତ୍ରୀଙ୍କ ସୁରକ୍ଷା ପ୍ରତି ଉଦାସୀନ : ଅଧିର ରଞ୍ଜନ ଚୌଧୁରୀ

ଭୁବନେଶ୍ୱର : ଲୋକସଭାର କଂଗ୍ରେସ ବିରୋଧି ଦଳ ନେତା ଅଧିର ରଞ୍ଜନ ଚୌଧୁରୀ ରବିବାର ବାହାନଗା ରେଳ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ସେଠାରେ କାର୍ଯ୍ୟରତ ରେଳବାଇ ବିଭାଗର କର୍ମଚାରୀଙ୍କ ମାନଙ୍କ ସହ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ଏହାପରେ ଶ୍ରୀ ଚୌଧୁରୀ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତ ଯାତ୍ରୀଙ୍କୁ ସାକ୍ଷାତ କରିଥିଲେ । ସେମାନଙ୍କୁ ଯୋଗାଇ ଦିଆଯାଉଥିବା ଚିକିତ୍ସା ସଂପର୍କରେ ପଚାରି ବୁଝିଥିଲେ । ଶ୍ରୀ ଚୌଧୁରୀ ମୁଖ୍ୟ ଚିକିତ୍ସାଳୟରୁ ସିଧା ଯାଇ ପଂହଚିଥିଲେ ବାଲେଶ୍ୱରସ୍ଥିତ ନୁସି କାର୍ଯ୍ୟଳୟରେ ଯେଉଁଠାରେ ମୃତ ଯାତ୍ରୀଙ୍କର ଶବ ରଖାଯାଇଛି । ସେଠାରେ ମୃତକମାନଙ୍କର ପରିବାରବର୍ଗଙ୍କ ସହ ମଧ୍ୟ ଶ୍ରୀ ଚୌଧୁରୀ କଥାବାର୍ତା ହୋଇ ସମବେଦନା ଜଣାଇଥିଲେ । ଶ୍ରୀ ଚୌଧୁରୀ ମଧ୍ୟ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଂହଚି ଚିକିତ୍ସିତ ହେଉଥିବା ଆହତ ଯାତ୍ରୀମାନଙ୍କୁ ସାକ୍ଷାତ କଲେ । ସେଠାରେ ଭଦ୍ରକ ଛାତ୍ର କଂଗ୍ରେସ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ଯୋଗ ଦେଇଥିଲେ ।

ବାଲେଶ୍ୱରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଭାରୀ ଡଃ ଏ ଚେଲ୍ଲାକୁମାର, ପିସିସି ସଭାପତି ଶରତ ପଟଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ ଓ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ପ୍ରମୁଖଙ୍କ ଉପସ୍ଥିତିରେ ଶ୍ରୀ ଚୌଧୁରୀ କହିଥିଲେ ଯେ ଯାତ୍ରୀମାନେ ସାହାଯ୍ୟ ପାଇଁ ଚିତ୍କାର କରୁଥିବା ବେଳେ ସେଠାରେ ରେଳବାଇ କତୃପର୍କ୍ଷ ବା ରାଜ୍ୟ ପ୍ରଶାସନ ପକ୍ଷରୁ ୨ରୁ ୩ ଘଂଟା ଭିତରେ କେହି ପଂହଚିନଥିଲେ । ଅନ୍ୟପକ୍ଷରେ ଯେଉଁ ଡାକ୍ତରଖାନାରେ ଆହତମାନେ ଚିକିତ୍ସିତ ହେଉଛନ୍ତି ସେଠାରେ ଉପଯୁକ୍ତ ଏବଂ ଉନ୍ନତ ସ୍ୱାସ୍ଥ୍ୟ ସେବାର ଭିତିଭୂମି ଅଭାବ ରହିଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ସେଠାରେ ଏକ ବିଶୃଙ୍ଖଳିତ ପରିସ୍ଥିତି ଉପୁଜୁଛି ବୋଲି ସେ ଉପଲବ୍ôଧ କଲେ ।

ଯେଉଁଠାରେ ଶବ ରଖାଯାଇଛି ସେଠିକାର ପରିସ୍ଥିତି ଅମାନବିୟ, ଦୁଃଖଦାୟକ । ଶବଗୁଡ଼ିକୁ ପଚିସଢ଼ି ଯିବା ପାଇଁ ସେଠାରେ ଛାଡ଼ି ଦିଆଯାଇଛି । ଯେଉଁଭଳି ଭାବରେ ଚିହ୍ନଟ ପାଇଁ ଶବଗୁଡ଼ିକୁ ସୁରକ୍ଷିତ ରଖିବା କଥା ତାହା କରାନଯିବା ଫଳରେ ଏହି ସ୍ଥାନଟି ଦୁର୍ଗନ୍ଧମୟ ହୋଇପଡ଼ିଛି । ମୃତକଙ୍କ ପରିବାର ଲୋକ ମୃତ ଶରୀରକୁ ପାଇବା ପାଇଁ ଏଣେତେଣେ ଧାଁ ଧାପଡ଼ କରିଥିବାବେଳେ ସେମାନଙ୍କୁ ଦୂରାବସ୍ଥା ବୁଝିବା ପାଇଁ ସେଠାରେ କେହି ନଥିବା ଭଳି ମନେ ହେଉଥିଲା । ସାଧାରଣ ଯାତ୍ରୀଙ୍କର ଜୀବନର ନିରାପତାକୁ ବିଚାରକୁ ନେଇ ଏଭଳି ଦୁର୍ଘଟଣାର କାରଣ ନିବାରଣ କରିବା ଆବଶ୍ୟକତା ରହିଛି । ଆଧୁନିକିକରଣ ବଡ଼ ବଡ଼ ପ୍ରତିଶ୍ରୁତି ଦିଆଯାଉଛି ମାତ୍ର କ୍ଷେତ୍ରରେ କ’ଣ ପରିସ୍ଥିତି ରହିଛି ତାହାର ତର୍ଜମା ହେଉନାହିଁ । ଟ୍ରେନ ଧକ୍କା କିପରି ହେଲା ତାହା ମୁଖ୍ୟ ପ୍ରସଙ୍ଗ । ଏଭଳି ଡିଜିଟାଲ ଯୁଗ ଏବଂ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ ପରିସ୍ଥିତିରେ ଏବଂ ଯାତ୍ରୀମାନଙ୍କ ନିରାପତା ଯାତ୍ରା ପାଇଁ ଶହ ଶହ ପ୍ରସ୍ତାବ ବା ଉପଦେଶ ଦିଆଯାଉଥିବା ସ୍ଥଳେ ଏପରି ପରିସ୍ଥିତି ସୃଷ୍ଟି ହେବା ଚିନ୍ତାର ବିଷୟ । ସବୁଠାରୁ ମୂଳକଥା ହେଉଛି, ସରକାର ରେଳବାଇର ନିରାପତାକୁ ଏଡ଼େଇ ଦେଇ ଏହାର ଘରୋଇକରଣ ଉପରେ ପ୍ରାଧାନ୍ୟ ଦେଉଛନ୍ତି ।

ରେଳବାଇର ଉପଯୁକ୍ତ ପରିଚାଳନା, ରକ୍ଷଣାବେକ୍ଷଣ ଓ ମରାମତି ପ୍ରଭୃତିି କାର୍ଯ୍ୟ ଠିକ୍ ଭାବରେ କରାଯିବାର ଆବଶ୍ୟକତା ରହିିଛି । ସେଥିପାଇଁ ରେଳବାଇ ଡିପ୍ରେସିଏସନ ରିଜର୍ଭ ଫଣ୍ଡ ରହିଛି, ଯେଉଁ ଥିରେ ମରାପତି ଓ ପୁନଃରୁଦ୍ଦାର କାର୍ଯ୍ୟ ହୋଇଥାଏ । ମାତ୍ର ବି.ଆର.ଏଫ୍. ଫଣ୍ଡକୁ କମେଇ ଦିଆଯାଇଛି ।

ରେଳବାଇ ମନ୍ତ୍ରୀ ନିଜର ମାନ ସମ୍ମାନ ରଖିବା ପାଇଁ ପୂର୍ବରୁ ଲାଲ୍ବାହାଦୁରଶାସ୍ତ୍ରୀ ଓ ନିତୀଶ କୁମାର ଯେଉଁ ପନ୍ଥା ଅବଲମ୍ବନ କରିଥିଲେ, ବର୍ତମାନ ତାହା ପାଳନ କରିବା ଉଚିତ୍ । ରେଳବାଇ ମନ୍ତ୍ରୀଙ୍କର ଦୂରାବସ୍ଥା ସଂପର୍କରେ ସେ ଉପସ୍ଥାପନ କରିଥିଲେ । ମୋଦୀଙ୍କର ସିଗ୍ନାଲ ବିନା ଯେ ନିଜସ୍ୱ କିଛି କରିପାରନ୍ତି ନାହିଁ ତାହା ଜଣାପଡ଼ୁଛି । ଯେତେବେଳେ ନୂଆ ଟ୍ରେନ୍ ପ୍ରଚଳନ ହେଉଛି, ସେତେବେଳେ ମୋଦୀ ମୋଦୀ ବୋଲି ନାରା ପଡ଼ୁଛି । ଚାରିଆଡ଼େ ମୋଦୀ ମୋଦୀ ବୋଲି ପ୍ରତିଧ୍ୱନୀ ହେଉଛି ଏବଂ ବାସ୍ତବରେ ଶବ ଉପରେ ରାଜନୀତି କରିବା ବିଜେପିର ଧର୍ମ ହୋଇପଡ଼ିଛି । ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀ ଏପଟ ସେପଟ କଥା ନ କହି ରେଳବାଇର ସୁରକ୍ଷା ଏବଂ ଯାତ୍ରୀଙ୍କର ସୁରକ୍ଷା ସ୍ପଷ୍ଟ କୁହନ୍ତୁ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ତାରାପ୍ରସାଦ ବାହିନୀପତି, ନବଜ୍ୟୋତି ପଟ୍ଟନାୟକ, ବାଲେଶ୍ୱର ଜିଲ୍ଲା ସଭାପତି ସଂଜୀବ ଗିରୀ, କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ଅନୁଲେଖା ବୋଷା, ଲଲାଟେନ୍ଦୁ ମହାପାତ୍ର, ସତ୍ୟଶିବ ଦାସ, ବିଜନ ନାୟକ, ସୁଦର୍ଶନ ଦାସ, ଅର୍ଚ୍ଚନା ନନ୍ଦୀ, ଭଦ୍ରକ ଜିଲ୍ଲା ସଭାପତି ସୁବ୍ରତ ଦାସ, ନଳୀନ ନାୟକ, ପ୍ରକାଶ ମିଶ୍ର, ଦୀପକ ମହାପାତ୍ର, ରଞ୍ଜିତ ପାତ୍ର, ଦେବାଶିଷ ଭୂୟାଁ, ଗୌତମ ସାହୁ ଓ ସାହିଲ୍ ଖାଦିର ପ୍ରମୁଖ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *