ବଲାଙ୍ଗିର : ଗତକାଲି ସକାଳେ ଦେଓଗାଁ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପର୍ଯ୍ୟଟନ ସ୍ଥଳ ଭୀମ ଡୁଙ୍ଗୁରୀ ଠାରେ ବନବିଭାଗ ଦ୍ଵାରା ନିର୍ମିତ ଶିଶୁ ଉଦ୍ୟାନ ଓ ମିଶନ ଶକ୍ତି ଦ୍ଵାରା ପରିଚାଳିତ କେଫେ କୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏକ ସ୍ଵତନ୍ତ୍ର ଉତ୍ସବରେ ଉଦ୍ଘାଟନ କରିଛନ୍ତି। ଏହାର ପର୍ଯ୍ୟଟନ ସ୍ଥଳୀ ଭୀମ ଡୁଙ୍ଗୁରି ଠାରେ
ଭୀମଡୁଙ୍ଗୁରି ପାର୍କ ଓ ମିଶନଶକ୍ତି କାଫେ ର ଉଦଘାଟନ କରି ନରସିଂହ କହିଲେ, ଏହି ପର୍ଯ୍ୟଟନ ସ୍ଥଳୀ ଲୋକଙ୍କୁ ଅବସର ବିନୋଦନ, ମନୋରଞ୍ଜନ ସହ ଅଂଚଳ ର ଅର୍ଥନୈତିକ ବିକାଶ ରେ ମଧ୍ୟ ସହଯୋଗ ପ୍ରଦାନ କରିବ….। ଏହି ଉଦଘାଟନ ପରେ ପ୍ରାକୃତିକ ପରିବେଶ ମଧ୍ୟରେ ଏହି ଅଞ୍ଚଳ ର ମନୋରଞ୍ଜନ ରେ ସହାୟକ ହେବ। କାର୍ଯ୍ୟକ୍ରମରେ ଦେଓଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ଖମାରୀ, ଜିଲ୍ଲାପରିଷଦ ସଦସ୍ୟ ଶ୍ରୀମତୀ ସୁମତି ସେଠ୍, ସରପଞ୍ଚ ମୁକୁନ୍ଦପୁର ଶ୍ରୀମତୀ ଜାନକୀ ସାହୁ , ବଲାଙ୍ଗିର ବନଖଣ୍ଡ ଅଧିକାରୀ ନୀତିଶ କୁମାର, ରେଞ୍ଜର କେଶବ କୃଷ୍ଣ ନାୟକ , ଫରେଷ୍ଟର ବାବୁଲା ଦାଶ, ଜେନା ରାଉତ, ଅନ୍ୟ ବନକର୍ମଚାରି ଉପସ୍ଥିତ ଥିଲେ।
ଋତିହସି ବର୍ଣ୍ଣିତ ଭୀମ ଡଙ୍ଗର ର ଗୁମ୍ଫା ଗୁଡିକର ସଂରକ୍ଷଣ ପରିବେଶ ବନ ବନାନୀ ଭିତରେ ପର୍ଯ୍ୟଟନ ର ବିକାଶ ପାଇଁ ସବୁବର୍ଗ କୁ ସୁବିଧା ଯୋଗାଇ ଦେବା ଦିଗରେ କାମ ଆଉ ଗୋଟିଏ ପାହୁଣ୍ଡ ଆଗକୁ ଅଗ୍ରସର ହେଲା। ନିଜର ଛୁଟି ଖାଲି ସମୟ କୁ ଉପଭୋଗ କରିବା ପାଇଁ ଇକୋ ଟୁରିସମ୍ ବିକାଶ ଦିଗରେ ଏକ ସଫଳ ଉଦ୍ୟମ।
Naxatra News is now on Whatsapp
Join and get latest news update delivered to you via whatsapp
Join Now