କଳାହାଣ୍ଡି ଜିଲ୍ଲା ମିଳିତ ଅମଲା ମଞ୍ଚ ର ଆନ୍ଦୋଳନ 5ମ ଦିନରେ, ସାଧାରଣ ଜନତା ହନ୍ତ ସନ୍ତ, ଅଫିସ ଢପ

ଭବାନୀପାଟଣା : ଆଜି କଳାହାଣ୍ଡି ଜିଲ୍ଲାର ଅମଲା ସଂଘ ର ସମସ୍ତ କର୍ମ ଚାରି ମାନେ ତାଙ୍କର ବିଭିନ୍ନ ନ୍ୟାର୍ଯ୍ୟ ଦାବି କୁ ସରକାର ପୂରଣ ନ କରିଥିବାରୁ ଚଳିତ 1ତାରିଖ ରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କଲମ ଛାଡ଼ ଆନ୍ଦୋଳନ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟସମ୍ମୁଖରେ ବିଭିନ୍ନ ନାରାବାଜି ଦେଇ ଆନ୍ଦୋଳନ ଦେଉଥିବା ଦେଖିବାକୁ ମିଳିଥିଲା.ତାଙ୍କର ପ୍ରମୁଖ ଦାବି ମଧ୍ୟରେ ଅମଲା ମାନଙ୍କ ଯୋଗ୍ୟତା 2017ରେ ସ୍ନାତକ ସହ କମ୍ପୁଟର ଜ୍ଞାନ ହୋଇ ସାରିଥିଲେ ମଧ୍ୟ ତଦନୁ ସାରେ ଦରମା ବୃଦ୍ଧି କରିନାହାନ୍ତି ସରକାର. ଗ୍ରେଡ଼ ପେ 4200ଟଙ୍କା ହୋଇନାହଁ, ସରକାର ଙ୍କୁ ଅନେକ ଥର ଦାବି ପତ୍ର ଦେଇ ଦେଇ ଶେଷ ରେ ଚରମ ନିଷ୍ପତି ନେଲେ ଯେ ସମୂହ ଅମଲା ସାମୁହିକ ଛୁଟି ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ ରେ ବସି ଛନ୍ତି, ପୁଣି ରାଜ୍ୟ ସରକାର ଗତ 2013ରେ କନିଷ୍ଠ ସହାୟକ ଙ୍କ ଯୋଗ୍ୟତା ମାଟ୍ରିକ ରୁ ପ୍ଲସ ଟୁ କୁ ବୃଦ୍ଧି କରିଥିଲେ, ପୁଣି 2017ରେ 3ସହ ସ୍ନାତକ ସହ କମ୍ପୁଟର ଜ୍ଞାନ କରିଥିଲେ, କିନ୍ତୁ ମୂଳ ଦରମା ବୃଦ୍ଧି କଲେ ନାହିଁ. ସେହି ମାଟ୍ରିକ ଆକାରେ ଦରମା ଚାଲିଛି. ବୈଷୟକ ଜ୍ଞାନ କୌଶଳ ସମ୍ବଦ୍ଧିୟ ସମସ୍ତ କମ ଅମଲା କରିବାକୁ ହିଁ ପଡୁଛି. HRMS, IFMS, ILMS, DWIST ଇତ୍ୟାଦି ସବୁ କମ୍ପୁଟର କମ କରୁଛନ୍ତି. ଏହି ପ୍ରମୁଖ ଦାବି କୁ ଗତ ନଭେମ୍ବର 27ତାରିଖ 2022ରେ ରାଜଧାନୀ ଭୁବନେଶ୍ୱର ରେ ପ୍ରାୟ 30ହଜାର ଅମଲା ଆନ୍ଦୋଳନ ଓ ପ୍ରତିବାଦ ଦାବି ପାତ୍ର ସରକାର ଙ୍କୁ ଦେଇ ଥିଲେ ମଧ୍ୟ କୌଣସି ସୁବ୍ୟବସ୍ଥା ସରକାର କରି ନଥିବାରୁ ଏହି ଆନ୍ଦୋଳନ ଜୋର ଧରିଛି, ଫଳରେ ସାଧାରଣ ଜନତା କୌଣସି ଅଫିସ କାମ, ତହସିଲ କାମ ବ୍ଲକ କାମ ହୋଇ ପାରୁନାହଁ, ଲୋକ ମାନେ ଦୂର ଦୁରାନ୍ତ ରୁ ଆସି ଖରା ତୁରା ରେ କେତେ କଷ୍ଟ ସହି ନିରାଶ ହେବାକୁ ପଡୁଛି, କୋର୍ଟ ଷ୍ଟାମ୍ପ ଟିଏ ମଧ୍ୟ ମିଳିବାରେ ଅସୁବିଧା ହେଉଛି,, ଜିଲ୍ଲାର ବିଭିନ୍ନ ବ୍ଲକ, ସବଡ଼ିଭିଜ ରେ ମଧ୍ୟ ଆନ୍ଦୋଳନ ଜାରି ରହିଛି, ସରକାର ଆଦିଗରେ କଣ ପଦକ୍ଷେପ ଗ୍ରହଣ କରିବେ ଦେଖିବାକୁ ବାକି ରହିଲା.ଏହି ଆନ୍ଦୋଳନ କୁ ମିଳିତ ଅମଲା ମଞ୍ଚ କଳାହାଣ୍ଡି ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମୁଣ୍ଡ ପରିଚାଳନା କରୁଛନ୍ତି

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *