ବରଗଛରୁ ପଡ଼ି ଶ୍ରମିକଙ୍କ ମୃତ୍ୟୁ

Spread the love

କନ୍ଧମାଳ : କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଧୀନରେ ଥିବା କଇଁଝର ଗ୍ରାମପଂଚାୟତରେ ଏକ ଆକସ୍ମିକ ଦୁର୍ଘଟଣା ଘଟଣା ଘଟି ଯାଇଛି । ଟିକାବାଲି ଥାନା କଇଁଝର ଅଂଚଳର ଲଙ୍କେଶ୍ୱର ବିଶୋଇ (୪୬) ଆଜି ଘର ପାଇଁ ଜାଳେଣି କାଠ ସଂଗ୍ରହ କରିବାପାଇଁ ନିକଟସ୍ଥ ଏକ ବରଗଛ ଉପରେ ଚଢି ଏକ ଶୁଖିଲା କାଠ ଥିବା ଏକ ଡାଳକୁ ହାଣୁଥିବା ସମୟରେ ଉକ୍ତ ଡାଳସହ ତଳେ ପଡ଼ି ଯାଇଥିଲେ । ସେଠାରେ ଗୁରୁତର ଭାବେ ଆହତ ହେବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଟିକାବାଲି ଥାନା ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏହି ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ମୃତକ ଜଣେ ମିସ୍ତ୍ରୀ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ବର୍ତମାନ ତାଙ୍କର ପରିବାର କହିଲେ ସ୍ତ୍ରୀ, ୨୧ ବର୍ଷର ଝିଅ ଓ ୧୫ ବର୍ଷର ଗୋଟିଏ ପୁଅ ଅଛନ୍ତି । ଲିଙ୍ଗରାଜ ତାଙ୍କ ପରିବାରର ଜଣେ ମାତ୍ର ରୋଜଗାରକ୍ଷମ ସଦସ୍ୟ ଥିଲେ । ତାଙ୍କର ଏହି ଦୁର୍ଘଟଣା ଜନିତ ମୃତ୍ୟୁ ପରେ ତାଙ୍କ ପରିବାର କେମିତି ଚଳିବେ ବୋଲି ସାଧାରଣ ରେ ଆଲୋଚନା ହେଉଛି । ଏଭଳି ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ଆପାତ କାଳୀନ ସହାୟତା ଟିକାବାଲି ତହସିଲଦାର ଓ ଜିଲ୍ଲା ପ୍ରଶାସନ ପ୍ରଦାନ କଲେ ଅନ୍ତତଃ ଲିଙ୍ଗରାଜ ଙ୍କର ଅନ୍ତେଷ୍ଟି କ୍ରିୟା ସମାପନରେ ସହାୟକ ହେବ ବୋଲି ସାଧାରଣ ରେ ଜିଲ୍ଲାପାଳ କନ୍ଧମାଳଙ୍କ ନିକଟରେ ଅନୁରୋଧ ରଖା ଯାଇଛି । ଲିଙ୍ଗରାଜ ଙ୍କ ମୃତ୍ୟୁରେ କଇଁଝର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *