ଉତର ପ୍ରଦେଶର ଗୋଣ୍ଡାରେ ବ୍ରଜଭୂଷଣ ସିଂହଙ୍କ ଚାକର, ଚାଳକ ଏବଂ ସୁରକ୍ଷାକର୍ମୀଙ୍କୁ ଦିଲ୍ଲୀ ଏସଆଇଟିର ପଚରା ଉଚୁରା

ଗୋଣ୍ଡା (ଉତର ପ୍ରଦେଶ) : ଦିଲ୍ଲୀ ପୋଲିସର ଏସଆଇଟି ରବିବାର ବିଳମ୍ବିତ ରାତିରେ କେସଗରଗଂଜର ସାଂସଦ ବ୍ରଜଭୂଷଣ ଶରଣ ସିଂଙ୍କ ପୈତୃକ ଘରେ ପହଂଚି ୧୫ ରୁ ଅଧିକ ଲୋକଙ୍କ ବୟାନ ରେକର୍ଡ଼ କରିଛି । ଦିଲ୍ଲୀ ପୋଲିସ ସୋମବାର ସକାଳେ ଫେରିଯାଇଥିଲେ । ତାଙ୍କ ଘରେ ଏସଆଇଟି ପହଂଚିବାର ଖବର କେହି ଜାଣିନଥିଲେ । ଏହା ଆଜି ସାମନାକୁ ଆସିଛି । ଏସଆଇଟି ଏବେ ସୁଦ୍ଧା ୧୩୭ ଜଣଙ୍କ ବୟାନ ନେଇ ସାରିଛି ।

ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ଦିଲ୍ଲୀ ପୋଲିସର ଏସଆଇଟି ରେସଲିଂ ଫେଡେରେସନ ଅଫ୍ ଇଣ୍ଡିଆର ବିଦାୟୀ ସଭାପତି ତଥା ସାଂସଦ ବ୍ରଜ ଭୂଷଣ ସିଂଙ୍କ ଘରେ ପହଂଚି ତାଙ୍କ ଘରେ କାର୍ଯ୍ୟ କରୁଥିବା ଚାକର, ଡ୍ରାଇଭର, ଘନିଷ୍ଠ ବନ୍ଧୁ, ସୁରକ୍ଷା କର୍ମୀଙ୍କ ସମେତ ୧୫ ରୁ ଅଧିକ ଲୋକଙ୍କୁ ପଚରା ଉଚୁରା କରିଥିଲା । ସେମାନଙ୍କ ପରିଚୟ ପତ୍ର ଏବଂ ମୋବାଇଲ ଫୋନ ଯାଂଚ କରିବା ପରେ କିଛି ଲୋକଙ୍କ ମୋବାଇଲ ଫୋନ୍ ମଧ୍ୟ ସାଂଗରେ ନେଇଯାଇଛି କୁସ୍ତି ମାନଙ୍କ ଦ୍ୱାରା ଯୌନ ଶୋଷଣ ଅଭିଯୋଗ ଉପରେ ଏ ପର୍ଯ୍ୟନ୍ତ ଦିଲ୍ଲୀ ପୋଲିସ ୧୩୭ ଜଣଙ୍କ ବିବୃତି ରେକର୍ଡ଼ କରିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *