କୋଲକାତା: ବିଲକିସ ଗଣଦୁଷ୍କର୍ମ ମାମଲାର ସମସ୍ତ ୧୧ ଅଭିଯୁକ୍ତଙ୍କୁ ମୁକ୍ତ କରିବାକୁ ନେଇ ସାରା ଦେଶରେ ଦେଖାଦେଇଛି ଉଦବେଗ। ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ଟିଏମସି ସାଂସଦ ମହୁଆ ମୌତ୍ର ଗୁଜୁରାଟ ସରକାରର ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏନେଇ ଏକ ପିଆଇଏଲ ଦାୟର କରାଯାଇଛି ସର୍ବୋଚ୍ଚ କୋର୍ଟରେ। ଏଥିରେ ପୀଡିତା ଓ ତାଙ୍କ ପରିବାରର ସୁରକ୍ଷାକୁ ନେଇ ପୀଡିତା ଆତଙ୍କିତ ଥିବା ଉଲ୍ଲେଖ କରାଯାଇଛି।
ଆହୁରି ପିଆଇଏଲରେ ଉଲ୍ଲେଖ କରାଯାଇଛି କି, ମାମଲାର ଯାଞ୍ଚ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଦ୍ବାରା ହୋଇଥିବାରୁ ରାଜ୍ୟ ସରକାରକୁ ସିଆରପିସିର ୪୩୨ ଅନ୍ତର୍ଗତ କେନ୍ଦ୍ର ସରକାରର ସହମତି ବିନା ଛାଡ ବା ସମୟ ପୂର୍ବରୁ ମୁକ୍ତ କରିବାର ଅଧିକାର ନାହିଁ।
ସେହିପରି ସମସ୍ତ ୧୧ ଦୋଷୀଙ୍କୁ ଗୋଟିଏ ଦିନରେ ଯେଉଁଭଳି ଭାବେ ଛଡାଯାଇଛି ସେଥିରୁ ସ୍ପଷ୍ଟ ହେଉଛି କି, ରାଜ୍ୟ ସରକାର ବ୍ୟକ୍ତିଗତ ଦୋଷ ଗୁଣର ଆକଳନ ନ କରି ଯାନ୍ତ୍ରିକ ଅନୁମତି ଦର୍ଶାଇବାକୁ ଚେଷ୍ଟା କରାଯାଇଛି।
ସେପଟେ ଏହି ମାମଲାରେ ରାଜ୍ୟ ସରକାରର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କଂଗ୍ରେସର ବିରଷ୍ଠ ନେତା ତଥା ଓକିଲ କପିଲ ସିବଲ ମଧ୍ୟ ଦ୍ବାରସ୍ଥ ହୋଇଛନ୍ତି ସୁପ୍ରିମକୋର୍ଟରେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now