କୃଷି ସମବାୟ ସମିତିର କର୍ମଚାରୀଙ୍କ ଧାରଣା

କେନ୍ଦ୍ରାପଡ଼ା : ରାଜ୍ୟ ପ୍ରାଥମିକ କୃଷି ସମବାୟ ସମିତି କର୍ମରାଚୀ ସଂଘର ଆହ୍ୱାନ କ୍ରମେ କେନ୍ଦ୍ରାପଡା ଜିଲ୍ଲା ପ୍ରାଥମିକ କୃଷି ସମବାୟ ସମିତିର କର୍ମଚାରୀମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିବା ଜଣାପଡିଛି । କେନ୍ଦ୍ରାପଡା ବ୍ଲକର କୃଷି ସମବାୟ ସମିତିର କର୍ମଚାରୀମାନେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପରିସରରେ ୩ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ରେ ବସି ରହିଛନ୍ତି । ଏହି ଦାବିଗୁଡିକ ମଧ୍ୟରେ ସମସ୍ତ ବର୍ଗର କର୍ମଚାରୀମାନଙ୍କୁ ସରକାରୀ କ୍ୟାଡର ଭୁକ୍ତ କରାଯାଉ, କର୍ମଚାରୀମାନଙ୍କ ପାଇଁ ସପ୍ତମ ବେତନ କମିଶନ ସୁପାରିଶ ଲାଗୁ କରିବା ଓ କର୍ମଚାରୀଙ୍କୁ ଦରମା ଦେବା ନିମନ୍ତେ ବାର୍ଷିକ ସରକାରୀ ବଜେଟରେ ୩୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯିବା ସହ ସୁଧ ରିହାତି ଅର୍ଥ ଟଙ୍କା ସମିତିର ସଞ୍ଚୟ ଖାତାକୁ ତୁରନ୍ତ ପୈଠ କରାଯିବା ଆଦି ଦାବି ଗୁଡିକ ରହିଛି । ବ୍ଲକ ସଭାପତି କାଳନ୍ଦୀ ଚରଣ ବିଶ୍ୱାଳଙ୍କ ସମେତ ବ୍ଲକ ସଂପାଦକ ସୁବୋଧ କୁମାର ଲେଙ୍କା, ଜିଲ୍ଲା ସଭାପତି ବୈରାଗୀ ଚରଣ ସାହୁ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ହେମନ୍ତ କୁମାର ପାତ୍ର, ନେତ୍ରାନନ୍ଦ ସାହୁ, ବିଜୟ ବାରିକ, ପ୍ରେମାଞ୍ଜନ ସାହୁ ପ୍ରମୁଖଙ୍କ ସହ ସମିତିର ସମସ୍ତ କର୍ମଚାରୀ ମାନେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ଯୋଗ ଦେଇଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *