କେନ୍ଦୁଝର ମୁସଲିମ ସମାଜ ପକ୍ଷରୁ ରକ୍ତଦାନ ଶିବିର

Spread the love

କେନ୍ଦୁଝର/ଚମ୍ପୁଆ : ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ରେ ଆହତ ମାନଙ୍କୁ ମାନବୀୟ ସହାୟତା ଯୋଗାଇଦେବା ପରିପ୍ରେକ୍ଷୀରେ ଆଜି ଜିଲ୍ଲା ମୁସଲିମ ସମାଜ ପକ୍ଷରୁ ଏକ ରକ୍ତଦାନ ଶିବିର ଶିରାଜୁଦିନ ଛକ ମାଗୁରଗଡିଆ ଜାମା ମସଜିଦ ପରିସରରେ ଅନୁଷ୍ଠିତ ହୋଇ ୧୧୦ ୟୁନିଟ ରକ୍ତ ସଂଗୃହୀତ ହୋଇଛି କ୍ଷ ଏହି ମହତ ଉଦ୍ଦେଶ୍ୟ ରେ ସାମିଲ ହୋଇ ସଫଳତାର ସହିତ ଦାୟିତ୍ୱ ନିର୍ବାହ କରିଥିଲେ ସର୍ବଶ୍ରୀ ସଇଫୁଲ ଇସଲାମ , ମହମ୍ମଦ ଇଡରିସ , ମହମ୍ମଦ ଇନଥକାବ, ଆଲାମ, ଇର୍ସାଦ, ଏମଡି ଅଜମତ, ଏଆର ସାହାବାଜ ଏସକେ ତୋହିଦ,ଏମଡି ହାରୁନ, ଖାଲିଦ ଅଂଶାରୀ,ଏମଡି ସାକିର, ଏମଡି ସୌକତ,ଏମଡି ୱଶିମ , ଡାନିସ ରାଜା , ପରବେଜ ଅହମଦ, ଅରମାନ ହୁସେନ ଶିଦୁଲ ଇସଲାମ ପ୍ରମୁଖ, ଜିଲ୍ଲା ରେଡ଼କ୍ରସ ଯୁଗ୍ମ ସମ୍ପାଦକ ଶ୍ରୀ ଏଆରଖାନ ଏହି ଶିବିରରେ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ, ଡାକ୍ତର ରାମାକାନ୍ତ ମୁଣ୍ଡା, ରକ୍ତ କେନ୍ଦ୍ର କର୍ମଚାରୀ ଅକ୍ଷୟ ସାହୁ, ଭାଗିରଥି ମହାକୁଡ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।

Leave a Reply

Your email address will not be published. Required fields are marked *