ଭୁବନେଶ୍ୱର : ରାଜ୍ୟର ସମସ୍ତ ଅମଲା ମାସିକ ୪୨୦୦ ଟଙ୍କା ଗ୍ରେଡ୍ ପେ ଦାବି କରି ଦୀର୍ଘଦିନ ଧରି ପ୍ରତିବାଦ ଆନ୍ଦୋଳନ କରିବା ପରେ ରାଜ୍ୟ ସରକାର ସେମାନଙ୍କର ନ୍ୟାଯ୍ୟ ଦାବି ପୂରଣ କରିନାହାନ୍ତି । ଏହା ପ୍ରତିବାଦରେ ଗତ ଜୁନ୍ ୧ ତାରିଖରୁ ସେମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଆରମ୍ଭ କରିଛନ୍ତି । ତାଙ୍କର ଏହି ନ୍ୟାଯ୍ୟ ଦାବି ରାଜ୍ୟ ସରକାର ଦୀର୍ଘ ୭ ବର୍ଷ ଧରି କର୍ଣ୍ଣପାତ ନକରିବା ଫଳରେ ସେମାନେ ଏହି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି । ଫଳରେ ରାଜ୍ୟ ସରକାରଙ୍କ ଅଫିସ୍ ଗୁଡିକ ଅଚଳ ହୋଇପଡିଛି । ସେମାନଙ୍କ ନ୍ୟାଯ୍ୟ ଦାବି ଓ ଧର୍ମଘଟ ପ୍ରତି ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି ଦୃଢ ସମର୍ଥନ ଜ୍ଞାପନ କରୁଛି ।
ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ତୁରନ୍ତ ଅମଲାମାନଙ୍କର ଯଥାର୍ଥ ଦାବି ଅର୍ଥାତ୍ ସେମାନଙ୍କ ପାଇଁ ମାସିକ ୪୨୦୦ଟଙ୍କା ଗ୍ରେଡ୍ ପେ ପ୍ରଦାନ କରି ସମାନ ସ୍ତରର କର୍ମଚାରୀମାନଙ୍କ ଦରମା ଓ ଗ୍ରେଡ୍ ପେ ମଧ୍ୟରେ ଥିବା ଅସଂଗତି ତୁରନ୍ତ ଦୁର କରନ୍ତୁ । ରାଜ୍ୟରେ ସ୍ୱାଭାବିକ ଅବସ୍ଥା ଫେରାଇଆଣିବା ପାଇଁ ଏହି ସର୍ବନିମ୍ନ ଦାବି ରାଜ୍ୟ ସରକାର ଅବିଳମ୍ବେ ପୁରଣ କରିବାକୁ ସି.ପି.ଆଇ.(ଏମ୍) ଦୃଢ ଦାବି କରୁଛି । ସରକାର ଏହି ଦାବି ଗ୍ରହଣ ନକଲେ ଅମଲାମାନଙ୍କର ଦାବିର ଯଥାର୍ଥତା ସମ୍ପର୍କରେ ସି.ପି.ଆଇ.(ଏମ୍) ରାଜ୍ୟ ବ୍ୟାପି ଜନମତ ଜାଗ୍ରତ କରିବା ପାଇଁ ପ୍ରୟାସ କରିବ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now