ଧାମନଗର ବିଜେଡି ପ୍ରାର୍ଥୀପାଇଁ ସବୁଜ ସଂକେତ, ଡାକ୍ତର ଚାକିରୀରୁ ଇସ୍ତଫା ଦେଲେ ସଞ୍ଜୟ ଦାସ

ଭଦ୍ରକ : ଭଦ୍ରକ ଜିଲା ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ହେବା ନେଇ କିଛିଦିନ ହେବ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଥିଲା । ମାତ୍ର ଦଳ ଡାକ୍ତର ସଞ୍ଜୟ ଦାସଙ୍କୁ ଧାମନଗର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିବା ନେଇ ସବୁଜ ସଂକେତ ମିଳିଥିବା ଆଶା କରାଯାଇଛି । ଯେଉଁଥିପାଇଁ ଡାକ୍ତର ସଞ୍ଜୟ ଦାସ ନିଜ ଡାକ୍ତରୀ ଚାକିରୀରୁ ଇସ୍ତଫା ଦେଇଥିବା ଟିକେଟ ପାଇବା ସନ୍ଦେହକୁ ଦୂର କରିଥିବା ଆଲୋଚନା ହେଉଛି । ଏ ନେଇ ଜୁଲାଇ ୧୪ ତାରିଖରେ ଭଦ୍ରକର ଏକ ହୋଟେଲରେ ଧାମନଗର ଓ ତିହିଡ଼ି ବ୍ଲକର ୧୩ ପଞ୍ଚାୟତର ବ୍ଲକର ବରିଷ୍ଠ ନେତୃବର୍ଗଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଧାମନଗର ବ୍ଳକ ବିଜେଡି ସଭାପତି ରମେଶ ମହାନ୍ତି ସଭାପତିତ୍ୱ କରିଥିଲେ । ଏହି ବୈଠକରେ ଡାକ୍ତର ସଞ୍ଜୟ ଦାସ ଡାକ୍ତର ଚାକିରୀରୁ ଇସ୍ତଫା ଦେବା ସମ୍ପର୍କରେ ସମସ୍ତ ନେତା ଓ କର୍ମୀମାନଙ୍କୁ ସୂଚନା ଦେଇଥିଲେ । ବୈଠକରେ ଉପସ୍ଥିତ ଥିବା ସମସ୍ତ ନେତା ଓ କର୍ମୀ ଡାକ୍ତର ଦାସଙ୍କ ପ୍ରାର୍ଥୀ ହେବା ନେଇ ସହମତି ପ୍ରକାଶ କରିଥିଲେ । ବୈଠକ ପରେ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ବାସଭବନକୁ ଯାଇ ଡାକ୍ତର ଦାସ ଇସ୍ତଫା ଦେବା ନେଇ ଆଲୋଚନା କରିଥିବା ବେଳେ ସେଠାରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଉପସ୍ଥିତ ଥିଲେ । ଗତ ଉପନିର୍ବାଚନରେ ବିଜେଡି ଡାକ୍ତର ସଞ୍ଜୟ ଦାସଙ୍କୁ ଦଳୀୟ ପ୍ରାର୍ଥୀ କରିବାକୁ ସ୍ଥିର କରିଥିଲା । ମାତ୍ର ନିୟମ ଅନୁସାରେ ପୂର୍ବରୁ ଡାକ୍ତର ଚାକିରୀରୁ ଇସ୍ତଫା ଦେଇ ପାରିନଥିବାରୁ ଦଳ ତାଙ୍କୁ ପ୍ରାର୍ଥୀ କରିବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା । ଆଗାମୀ ୨୦୨୪ ନିର୍ବାଚନ ପାଇଁ ଦଳ ଡାକ୍ତର ଦାସଙ୍କୁ ପ୍ରାର୍ଥୀ କରିବା ନେଇ ସବୁଜ ସଂକେତ ଦେଇଥିବାରୁ ବୋଧେ ଡାକ୍ତର ଦାସ ନିଜ ଚାକିରୀରୁ ଇସ୍ତଫା ଦେଇଛନ୍ତି । ତେବେ ଡାକ୍ତର ଦାସ ପ୍ରାର୍ଥୀ ପାଇଁ ଆଶାୟୀ ହୋଇ କିଛିଦିନ ହେବ ଧାମନଗର ନିର୍ବାଚନ ମଣ୍ଡଳୀରେ ଲୋକମାନଙ୍କ ସେବା କରିଆସୁଥିବା ଜଣାପଡ଼ିଛି । ଏହି ବୈଠକରେ ଜିଲାପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ଧାମନଗର ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ତିହିଡ଼ି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଧାମନଗର ଏନଏସି ଅଧ୍ୟକ୍ଷା ନିବେଦିତା ଜେନା, ଧାମନଗର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ, ଜିଲା ମହିଳା ବିଜେଡି ସଭାନେତ୍ରୀ ସୁଶ୍ରୀ ବିଦ୍ୟୁତଲତା ନାୟକ, ଜିଲା ବିଜେଡି କୋଷାଧ୍ୟକ୍ଷ ପ୍ରଦୀପ ପଣ୍ଡା, ଧାମନଗର ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ସୁଧନ୍ୱା ନାୟକ, ବରିଷ୍ଠ ବିଜେଡି ନେତା କମଳାକାନ୍ତ ଦାସ, ପ୍ରଦୀପ ମଲ୍ଲିକ, ଚିନ୍ତାମଣି ଦାସ, ହରେକୃଷ୍ଣ ଜେନା, ଗଣେଶ ବିଶ୍ୱାଳ, ସୂର୍ଯ୍ୟନାରାୟଣ ଭୋଇ, ଜୀବନଜ୍ୟୋତି ପଲେଇ, ହରେକୃଷ୍ଣ ପାଢ଼ୀ, ପ୍ରତାପ ସାମଲ, ଶରତ ମଲିକ, ଗୌରୀଶଙ୍କର ଜେନା ପ୍ରମୁଖଙ୍କ ସହିତ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *