ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଭୂତଳ ବିସ୍ଫୋରଣ, ଭାଙ୍ଗିଲା ରାସ୍ତା, ପଲଟିଲା ଯାନବାହାନ

ଜୋହାନ୍ସବର୍ଗ : ଭୂମି ଭିତରେ ପ୍ରବଳ ବିସ୍ଫୋରଣ ହେତୁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆତଙ୍କ ଖେଳିଯାଇଥିଲା। ବିସ୍ଫୋରଣ ଯୋଗୁଁ ରାସ୍ତାରେ ଚାଲୁଥିବା ଗାଡିଗୁଡିକ ପଲଟିଯାଇଥିଲା।

ଜୋହାନ୍ସବର୍ଗର ବି ଷ୍ଟ୍ରିଟ୍ ଅଞ୍ଚଳରେ ସାଧାରଣ ଯାତାୟାତ ଚାଲିଥିବା ସମୟରେ ହଠାତ୍ ଏକ ଶକ୍ତିଶାଳୀ ବିସ୍ଫୋରଣ ଯୋଗୁଁ ରାସ୍ତାରେ ଅଚାନକ ଫାଟ ସୃଷ୍ଟି ହୋଇ ଭାଙ୍ଗିବାକୁ ଲାଗିଥିଲା ଯାହାଫଳରେ ରାସ୍ତାରେ ଚାଲୁଥିବା ଗାଡିଗୁଡିକ ଉଡି ପଲଟିଯାଇଥିଲା । ଭୂମି ଭିତରେ ଏହି ବିସ୍ଫୋରଣରେ ରାସ୍ତାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଏବଂ ସେଠାରେ ଏକ ଗର୍ତ୍ତ ସୃଷ୍ଟି ହୋଇଥିଲା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ୪୮ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ଅନେକ ଗାଡି ଖରାପ ହୋଇଯାଇଛି । ଘଟଣାର ଭିଡିଓ ସୋସିଆଲ ମିଡିଆରେ ପ୍ରକାଶ ପାଇଛି, ଯାହା ବହୁତ ଭାଇରାଲ ହେବାରେ ଲାଗିଛି।

ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ, କିନ୍ତୁ ଭୂତଳ ଭୂମିରେ ଯାଉଥିବା ଏକ ଗ୍ୟାସ ପାଇପଲାଇନର କ୍ଷତି ହେତୁ ଏହା ହୋଇଥାଇପାରେ ବୋଲି ଅଧିକାରୀମାନେ ମତ ଦେଇଛନ୍ତି । ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି । ସ୍ଥାନୀୟ ଗ୍ୟାସ ଯୋଗାଣକାରୀ ସ୍ୱିକାର କରିଛନ୍ତି ଯେ ଏକ ଗ୍ୟାସ ପାଇପଲାଇନରେ ଏକ ଛୋଟ ଲିକ୍ ଅଛି, କିନ୍ତୁ ପାଇପଲାଇନର ଏହି ଛୋଟ ଲିକ୍ ଏହି ବିସ୍ଫୋରଣର କାରଣ ଭାବରେ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି । ଦୁର୍ଘଟଣା ପରେ ପ୍ରଭାବିତ ଅଞ୍ଚଳକୁ ନଯିବାକୁ ପ୍ରଶାସନ ଲୋକଙ୍କୁ ପରାମର୍ଶ ଦେଇଛି । ପ୍ରଭାବିତ ଅଞ୍ଚଳକୁ ବିଦ୍ୟୁତ୍ ଯୋଗାଣ ମଧ୍ୟ ବନ୍ଦ କରାଯାଇଛି ଏବଂ ଏହି ଅଞ୍ଚଳକୁ କରାଯାଇ ଘୋରାବନ୍ଦି କରାଯାଇ ଘଟଣାର ତଦନ୍ତ କରାଯାଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *