ଗଞ୍ଜାମ : ଗଞ୍ଜାମ ଜିଲାରେ ନକଲି ଡାକ୍ତରଙ୍କ ଦୌରାତ୍ମ୍ୟ କହିଲେ ନସରେ। ଜିଲ୍ଲାର ପ୍ରାୟ ସମସ୍ତ ପୁରପଲ୍ଲୀରେ ନକଲି ଡାକ୍ତର ଛାଇ ହୋଇ ରହିଛନ୍ତି । ଏମାନେ କୌଣସି ଡାକ୍ତରୀ ପାଠ ନପଢି ରୋଗୀଙ୍କୁ ଚିକିତ୍ସା କରୁଥିବା ଅଭିଯୋଗ ହେଉଛି । ଶେରଗଡ ବ୍ଳକ ନରେନ୍ଦ୍ରପୁର ପଞ୍ଚାୟତର ପିତଳ ଛକରେ ଏମିତି ଜଣେ ନକଲି ଡାକ୍ତର ଚିକିତ୍ସା ଆଳରେ ରୋଗୀଙ୍କ ଠାରୁ ହଜାର ହଜାର ଟଙ୍କା ଲୁଟୁଛନ୍ତି । ବିନା ଲାଇସେନସରେ ହଜାର ହଜାର ଟଙ୍କାର ନକଲି ଓ ଭେଜାଲ ଔଷଧ ନିଜ କ୍ଲିନିକରେ ରଖି ଚଢା ଦରରେ ବିକ୍ରି କରି ରୋଗୀଙ୍କ ଜୀବନ ସହ ଖେଳ ଖେଳୁଥିବା ଅଭିଯୋଗ ହେଉଛି ।
ତୁରନ୍ତ ଗଞ୍ଜାମ ଜିଲ୍ଲାପାଳ, ସିଡିଏମଓ, ଭଞ୍ଜନଗର ଡ୍ରଗ୍ସ ଇନିସପେକଟର ଏବଂ ହିଞ୍ଜଳିକାଟୁ ପୁଲିସ୍ ଘଟଣାର ତଦନ୍ତକରି ସଂପୃକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now