ଫସଲ ବୀମା ପଞ୍ଜିକରଣକୁ ତ୍ଵରାନ୍ୱିତ ପାଇଁ ନିର୍ଦ୍ଦେଶ

ପୁରୀ : ପୁରୀ ଜିଲ୍ଲାରେ ଜାତୀୟ ଫସଲ ବୀମା ନିମନ୍ତେ ଚାଷୀ ପଞ୍ଜିକରଣ ଓ ଧାନ ସଂଗ୍ରହ ନିମନ୍ତେ ପଞ୍ଜିକରଣ କାର୍ଯ୍ୟକୁ ତ୍ଵରାନ୍ୱିତ କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଫସଲ ବୀମା ଓ ଧାନ ସଂଗ୍ରହ କୃଷି ଓ କୃଷକ ମାନଙ୍କ ପାଇଁ ସର୍ବାଧିକ ଗୁରୁତ୍ଵ ବହନ କରୁଥିବା ଯୋଜନା ହୋଇଥିବାରୁ ଏହାକୁ ଅତ୍ୟନ୍ତ ନିଷ୍ଠାର ସହ ପରିଚାଳନା କରି ଚାଷୀ ମାନଙ୍କୁ ସଚେତନ କରାଇ ପଞ୍ଜିକରଣକୁ ବ୍ୟାପକ ଓ ତ୍ଵରାନ୍ଵିତ କରିବାକୁ ସାହୁ ପରାମର୍ଶ ଦେଇଥିଲେ। ବିଗତ ବର୍ଷ ମାନଙ୍କ ଠାରୁ ଚଳିତ ବର୍ଷ ଧାନ ସଂଗ୍ରହ ପାଇଁ ଯେମିତି ଅଧିକ ଚାଷୀ ପଞ୍ଜିକରଣ କରନ୍ତି ସେଥି ପ୍ରତି ଯତ୍ନବାନ ହେବାକୁ ସେ କହିଥିଲେ। ଏହି କାର୍ଯ୍ୟ ଚଳିତ ମାସ ୫ ତାରିଖ ସୁଦ୍ଧା ଜାତୀୟ ଫସଲ ବୀମା ଓ ୧୬ ତାରିଖ ସୁଦ୍ଧା ଧାନ ସଂଗ୍ରହ ନିମନ୍ତେ ପଞ୍ଜିକରଣ ପୂର୍ଣ୍ଣାଙ୍ଗ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଏହି ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମନୋଜ କୁମାର ମହାନ୍ତି, ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ ହୋତା, ପୁରୀ ସହକାରୀ ସମବାୟ ନିବନ୍ଧକ ସ୍ଵରୂପ କୁମର କର, ସମବାୟ ବିଭାଗର କ୍ଷେତ୍ର ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଅଂଶ ଗ୍ରହଣ କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *