ମନରେଗା ଓ ପଞ୍ଚଦଶ ଅର୍ଥ କମିଶନ ଯୋଜନାର ବ୍ଲକ ସ୍ତରିୟ ଜନଶୁଣାଣି

ଗଞ୍ଜାମ : ଶେରଗଡ଼ ପଞ୍ଚାୟତ ସମିତି ସଭାଗୃହରେ ମହାତ୍ମାଗାନ୍ଧି ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନା (ମନରେଗା) କାର୍ଯ୍ୟକ୍ରମ ଏବଂ ପଞ୍ଚଦଶ ଅର୍ଥ କମିଶନ ଯୋଜନାର ବ୍ଲକ ସ୍ତରିୟ ଜନଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଳ୍ପକେନ୍ଦ୍ର ସାଧାରଣ ପରିଚାଳକ ଲୋକନାଥ ଦଳବେହେରାଙ୍କ ସଭାପତିତ୍ଵ ତଥା ବିଡ଼ିଓ ଶିବାଶିଷ ବରାଳଙ୍କ ସଂଯୋଜନାରେ ଅକ୍ଟୋବର ୨୦୨୨-୨୩ ବର୍ଷ ମାର୍ଚ୍ଚ ମଧ୍ୟରେ ମନରେଗାରେ ହୋଇଥିବା କାମ ଏବଂ ଗତ ୩ ବର୍ଷ ର ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ରାଶିର ଶୁଣାଣି କରାଯାଇଥିଲା । ତେବେ ବନ୍ଧାଗୁଡ଼ା ପଞ୍ଚାୟତରେ ମନରେଗା ଯୋଜନାରେ ୨୦୨୦-୨୧ ରେ କାମ ହୋଇଥିଲେ ମଧ୍ୟ ଶ୍ରମିକ ମାନଙ୍କୁ ପାରିଶ୍ରମିକ ମିଳିନଥିବାରୁ ଜିଲ୍ଲା ପରିଷଦ ସଭ୍ୟ ଉଦ୍ୟୋଗ ପ୍ରକାଶ କରିଥିଲେ । ସେହିପରି ବ୍ଲକର ବିଭିନ୍ନ ପ୍ରକଳ୍ପ ନିକଟରେ ସୂଚନା ଫଳକ ଲାଗୁନଥିବା ଅଭିଯୋଗ ହୋଇଥିଲା । ଏ.ପି.ଓ. ବିଷ୍ଣୁପ୍ରସାଦ ପଣ୍ଡା ଗତ ଜନଶୁଣାଣିର ବିବରଣୀ ଓ ଜିପିଓ ଜି. ରବି କୁମାର ପଞ୍ଚଦଶ ଅର୍ଥ କମିଶନରଙ୍କ ଅନୁଦାନ ଖର୍ଚ୍ଚ ବିବରଣୀ ପାଠ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ, ଜିଲ୍ଲା ଜନଶୁଣାଣୀ ସମୀକ୍ଷକ ରବିନ୍ଦ୍ର ନାଥ ମଲାଣ, ସହକାରୀ ଯନ୍ତ୍ରୀ କେଦାର ପ୍ରସାଦ ପଣ୍ଡା, ଉପନିର୍ବାହୀ ଯନ୍ତ୍ରୀ ସୀମାଞ୍ଚଳ ଦାଶ, ସମସ୍ତ କନିଷ୍ଠ ଯନ୍ତ୍ରୀ, ପିଇଓ, ଜିଆରଏସ, ବିଜେଡ଼ି ନେତା ହିନ ବେହେରା, ବନପାଳ ଶାନ୍ତନୁ ନାୟକ ଓ ହରେକୃଷ୍ଣ ବାରିକଙ୍କ ସମେତ ବ୍ଲକର ସମିତି ସଭ୍ୟ ଓ ସରପଞ୍ଚ ମାନେ ଉପସ୍ଥିତ ଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *