ଗଞ୍ଜାମ ଜିଲ୍ଲାର ପିଛା ଛାଡୁନି ଦାଦନ ଯନ୍ତ୍ରଣା, ଦାଦନ ଶ୍ରମିକ ଶିବ ପ୍ରଧାନଙ୍କ ମୃତ୍ୟୁ

Spread the love

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ପିଛା ଛାଡୁନି ଦାଦନ ଯନ୍ତ୍ରଣା । ଗତ ୪ ମାସ ମଧ୍ୟରେ ଜିଲ୍ଲାର ୧୫ ଜଣ ଶ୍ରମିକଙ୍କ ବାହାର ରାଜ୍ୟରେ ମୃତ୍ୟୁ ହୋଇଥିବା ବେଳେ ଏହି ତାଲିକାରେ ଆଉ ଜଣେ ଶ୍ରମିକଙ୍କ ନାମ ଯୋଡି ହୋଇଯାଇଛି । ମୃତ ଦାଦନ ଶ୍ରମିକ ଜଣକ ହେଲେ ଖଲ୍ଲିକୋଟ ବ୍ଲକ ତୁଳସୀପୁର ପଂଚାୟତ ଅନ୍ତର୍ଗତ ପିଟଣାପଲ୍ଲୀ ଗ୍ରାମର ଶିବ ପ୍ରଧାନ । ସେ ୪ ମାସ ତଳେ କାମ କରିବାକୁ ଦୁବାଇ ଯାଇଥିଲେ । ସେଠାରେ ସେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଗତ ବୁଧବାର ରାତ୍ରିଭୋଜନ ସାରି ସେ ଶୋଇଥିବା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ସହିତ ରହୁଥିବା ଅନ୍ୟ ଶ୍ରମିକ ମାନେ ଶିବଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ଗତ ୨ ବର୍ଷ ତଳେ ଶିବଙ୍କ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ଘରେ ତାଙ୍କର ବିଧବା ମା ଡୋମଣି ପ୍ରଧାନ ଓ ପତ୍ନୀ, ପୁଅ ଝିଅ ରହିଛନ୍ତି । ଶିବ ପରିବାରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ପରିବାର ସମ୍ପୂର୍ଣ୍ଣ ବେସାହାରା ହୋଇପଡିଛି । ମୃତକଙ୍କ ଶବ ଗାଁକୁ ଆଣିବା ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ପରିବାର ଲୋକ ।

Leave a Reply

Your email address will not be published. Required fields are marked *