ନିଟ୍ ପରୀକ୍ଷାରେ ସଫଳତା, ଗ୍ରାମାଞ୍ଚଳ ଚାଷୀ ପୁଅ ହେବ ଡାକ୍ତର

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କଣ୍ଟାବାଡ଼ ଗାଁର ଜଗଦୀଶ ମହାପାତ୍ର ନିଟ ପରୀକ୍ଷାରେ ସର୍ବାଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଯାହାକୁ ନେଇ ପରିବାରରେ ଏବେ ଖୁସି  କହିଲେ ନ ସରେ। ବାପାଙ୍କ ସ୍ଵଳ୍ପ ରୋଜଗାରରେ ପରିବାର ଚଳାଇବା ବେଶ୍‌ କଷ୍ଟକର। ତେବେ ତାରି ଭିତରେ ନିଷ୍ଠା ଓ ପାରିଶ୍ରମିକ ପାଇଁ ଆଜି ନିଟ୍ ପରୀକ୍ଷାରେ ସର୍ବାଧିକ ମାର୍କ ରଖି ସଫଳତା ହାସଲ କରିଛନ୍ତି ଜଗଦୀଶ । ଗତ କିଛି ବର୍ଷ ପୂର୍ବେ ଜଗଦୀଶଙ୍କ ଜେଜେ ରୋଗାଗ୍ରସ୍ତ ହୋଇ ଅକାଳରେ ମୃତ୍ୟୁ ବରଣ କରିଥିଲେ। ଆଉ ଜେଜେଙ୍କ ମୃତ୍ୟୁ ବ୍ୟଥିତ କରିଥିଲା ନାତି ଜଗଦୀଶକୁ। ଆଉ ଯାହାପାଇଁ ସେ ଜଣେ ଭଲ ଡାକ୍ତର ହେବାକୁ ସ୍ବପ୍ନ ଦେଖିଥିଲେ । ଅଭାବୀ ଗରିବ ଦାଉ ସାଜିଥିଲା, ହେଲେ ଦୃଢ଼ ମନ ବଳ ଆଜି ଡାକ୍ତର ପଢ଼ିବାର ସୁଯୋଗ ସୃଷ୍ଟି କରିଛି।

ଅନେକ ସମୟରେ ପାଠ ପଢା ସହିତ କାମରେ ବାପାଙ୍କୁ ସହଜୋଗ କରନ୍ତି ଜଗଦୀଶ । ଜଗଦୀଶ ଭଲ ପାଠ ପଢ଼େ। ଆଉ ଜଗଦୀଶଙ୍କ ଦୃଢ଼ ମନବଳ ଆଜି ଆଣିଦେଲା ଏହି ସଫଳତା। ସର୍ବ ଭାରତରେ NEET ପରୀକ୍ଷାରେ ମୋଟ ୭୨୦ରୁ ୭୦୫ ନମ୍ୱର ରଖି ଏବେ ହୋଇଛନ୍ତି କୃତକାର୍ଯ୍ୟ। ଆଗକୁ ଡାକ୍ତରୀ ପଢ଼ି ଜଣେ ଭଲ ଡାକ୍ତର ହେବାକୁ ଇଛା ପ୍ରକାଶ କରିଥିବା ବେଳେ ଏବେ ଅର୍ଥାଭାବ ହୋଇଛି ବଡ ସମସ୍ୟା। ତେବେ ସରକାର ଜଗଦୀଶ ପ୍ରତି ସାହାଯ୍ୟ ବଢାଇଲେ ନିଶ୍ଚିନ୍ତ ଭାବେ ସେ ସଫଳତା ପାଇପାରିବେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *