ବଡ଼ଦାଣ୍ଡରେ ୩ ଠାକୁରଙ୍କ ମଙ୍ଗଳ ଆଳତି

ସକାଳୁ ସକାଳୁ ରଥ ଉପରେ ୩ ଠାକୁରଙ୍କର ମଙ୍ଗଳ ଆଳତି ହୋଇଛି । ଗରାବଡୁ ସେବକ, ସିଂହାରୀ ସେବକ ଏବଂ ଅନ୍ୟ ସେବାୟତ ରଥ ଉପରେ ଭିନ୍ନ ଭିନ୍ନ ସେବା କରିବା ସହ କର୍ପୂର ଆଳତି, ବତି ଆଳତି ପରି ୩ ପ୍ରକାର ଆଳତି ହୋଇଛି । ବଡଠାକୁର ଶ୍ରୀବଳଭଦ୍ର, ମା’ ସୁଭଦ୍ରା, ଶ୍ରୀଜଗନ୍ନାଥଙ୍କ ସମେତ, ଚକ୍ରରାଜ ସୁଦର୍ଶନ, ମଦନ ମୋହନ, ଶ୍ରୀରାମକୃଷ୍ଣଙ୍କର ଆଳତି ହୋଇଛି । ରଥରେ ଥାଇ ସକଳ ସୃଷ୍ଟିର ଆଧାର ସୂର୍ଯ୍ୟଙ୍କର ମଧ୍ୟ ରଥ ଉପରୁ ଆଳତି କରାଯାଇଛି । ତେବେ ମହାପ୍ରଭୁଙ୍କର ଅବକାଶ ନୀତି ପରେ ବେଶ କରାଯିବା ପରେ ନୈବେଦ୍ୟ ଅର୍ପଣ କରାଯିବା ପରେ ବଡଦାଣ୍ଡରୁ ଗୁଣ୍ଡିଚା ମନ୍ଦିତର ଅଭିମୁଖେ ବାହାରିବେ ୩ ରଥ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *