ଆଜି ଘୋଷଯାତ୍ରାର ଦ୍ୱିତୀୟ ଦିନ। ଚତୁର୍ଦ୍ଧା ମୂରତିଙ୍କର ନୀତିକାନ୍ତି ଶେଷ ପରେ ଗଡିଲାଣି ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ । ପଛେ ପଛେ ଆସୁଛି କାଳିଆ ସାଆଙ୍କ ନନ୍ଦିଘୋଷ ରଥ। ମଝିରେ ଆସୁଛନ୍ତି ମା’ ସୁଭଦ୍ରାଙ୍କ ଦେବଦଳନ ରଥ । ମହାପ୍ରଭୁଙ୍କ ରଥକୁ ଟାଣି ନେଉଛନ୍ତି ଶ୍ୱେତ ଘୋଡା। ୩ ରଥକୁ ଟାଣି ନେଉଛନ୍ତି ଅସଂଖ୍ୟ ଭକ୍ତ । ବଡଦାଣ୍ଡ ସତେ ଆଜି ଜନ ସମୁଦ୍ରରେ ପରିଣତ ହୋଇଛି। ସମସ୍ତେ ରଥ ଦୁଇକୁ ଟାଣି ନେବା କ୍ରମରେ ସ୍ୱୟଂଙ୍କୁ ପାଶୋରି ଯାଇଛନ୍ତି । ଘୋର ର୍ଘଘର ନାଦରେ ଗଡିଚାଲିଛି ରଥ । ଆଜି ପୁଣି ଏକ ହୋଇଛନ୍ତି ରଥ, ପଥ, ଜଗନ୍ନାଥ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now