ଶ୍ରୀ ଗୁଣ୍ଡିଚାମନ୍ଦିର ପାଖ ଶରଧାବାଲିରେ ପହଞ୍ଚିଛି ବଡଠାକୁରଙ୍କ ତାଳଧ୍ୱଜ ରଥ । ତାଙ୍କ ପଛେ ପଛେ ଘର୍ଘରନାଦ କରି ଆସୁଛି ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ । ତାଙ୍କ ପଛରେ ରହି ରହି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଆସୁଛନ୍ତି କାଳିଆ ସାଆନ୍ତ । ଆଉ କିଛି ସମୟ ପରେ ଶରଧାବାଲିରେ ପହଞ୍ଚିବ ମା’ ସୁଭଦ୍ରାଙ୍କ ରଥ। ଏହାପରେ ବିଭିନ୍ନ ନୀତିକାନ୍ତି ପୁନର୍ବାର ଆରମ୍ଭ ହୋଇ ଚତୁର୍ଦ୍ଧାମୂରତିଙ୍କୁ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରାଯିବ । ରଥଯାତ୍ରାର ଆଜି ଦ୍ୱିତୀୟ ଦିନରେ ପୁରା ବଡଦାଣ୍ଡ ଜନସମୁଦ୍ରରେ ପରିଣତ ହୋଇଛି । ଜଗନ୍ନାଥମୟ ହୋଇଉଠିଛି ପୁରା ପରିବେଶ । ଘଣ୍ଟ ନାଦରେ କମ୍ପୁଛି ପୁରା ଶ୍ରୀକ୍ଷେତ୍ର ।

Naxatra News is now on Whatsapp
Join and get latest news update delivered to you via whatsapp
Join Now