ବଡ଼ଠାକୁର ବଳଭଦ୍ର ଚାରମାଳରେ ପଡିଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗଜପତି ମହାରାଜ

ଆଡପ ବିଜେ ପହଣ୍ଡି ବେଳେ ବଡ଼ଠାକୁର ବଳଭଦ୍ର ଚାରମାଳରେ ପଡିଯିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଗଜପତି ମହାରାଜ କହିଛନ୍ତି, ଏହି ଘଟଣା ସମସ୍ତଙ୍କୁ ଦୁଃଖିତ ଓ ମର୍ମାହତ କରିଛି । ଏଭଳି ଦୃଶ୍ୟ କେବେ ଦେଖିନଥିଲୁ । କାହିଁକି ହେଲା ଓ କେମିତି ଏ ଅଘଟଣ ହେଲା ପ୍ରଶାସନ ତାହାର ଯାଞ୍ଚ କରିବ । ୩ ଜଣିଆ କମିଟି ଗଠନ ହେବ । ଡ୍ରୋନ୍ ଓ ଅନ୍ୟ ଭିଡିଓ ଫୁଟେଜକୁ ଯାଞ୍ଚ କରାଯିବ । କମିଟିରେ ଉନ୍ନୟନ ପ୍ରଶାସକ, ଏ ଡି ଏମ, ଡେପୁଟି ସୁପରିଟେଣ୍ଡେଣ୍ଟ ରହିବେ ।ନୀଳାଦ୍ରି ବିଜେର ୧୦ ଦିନ ଭିତରେ କମିଟି ରିପୋର୍ଟ ଦେବ । ଆଗାମୀ ଦିନରେ ଯେପରି ଏଭଳି ଅଘଟଣ ନହୁଏ ସେଥିପାଇଁ ସେବାୟତ ଓ ପ୍ରଶାସନ ଉପଯୁକ୍ତ ପଦକ୍ଷେପ ନେବ। ଏହାସହ ଗଜପତି ମହାରାଜ କହିଛନ୍ତି, ପହଣ୍ଡିରେ ଅଧିକ ସଂଖ୍ୟକ ସେବକ ଓ ରଥ ଉପରେ ଅଧିକ ସଂଖ୍ୟକ ସେବକଙ୍କ ଯୋଗୁଁ ଏଭଳି ସମସ୍ୟା ହେଉଛି । ନୀଳାଦ୍ରିବିଜେ ପରେ ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇ ଆଗାମୀ ରଥଯାତ୍ରାରେ ଯେପରି ଏଭଳି ପରିସ୍ଥିତି ନହୁଏ ସେଥିପାଇଁ ନିଷ୍ପତ୍ତି ନିଆଯିବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *