ଚକଡା ପୋକ: ଫସଲ ବଞ୍ଚାଇବାକୁ ପୂଜାପାଠର ଆଶ୍ରୟ ନେଉଛି ଚାଷୀ

Spread the love

ଜୟପୁର: ପ୍ରଥମେ ନକଲି ଧାନ ବିହନ ଆଉ ଏବେ ଧାନ ଫସଲରେ ଚକଡା ପୋକକୁ ନେଇ ଚିନ୍ତାରେ କୋରାପୁଟର ଚାଷୀ। ଯେତେ କୀଟନାଶକ ପକାଇଲେ ବି ପୋକ ମରୁ ନାହାଁନ୍ତି। ଆଉ ସବୁ ଆଡୁ ନିରାଶ ହେବା ପରେ ଶେଷରେ ପାରମ୍ପରିକ ପୂଜାର୍ଚ୍ଚନାକୁ ଓହ୍ଲାଇଛନ୍ତି ଚାଷୀ। ଧାନ ଜମିରେ   ମନ୍ଦିରରୁ ପୂଜା କରିଥିବା ପାଣି ଆଣି  ଛିଞ୍ଚନ ହେଉଛି।

ବୋରିଗୁମ୍ମା ବ୍ଲକ ନୂଆଗୁଡା ଗାଁ ଏବଂ ଅଂଚଳା ପଞ୍ଚାୟତ ରେ ଆତଙ୍କ ଖେଳାଇଛି ଚକଡ଼ା। ହେକ୍ଟର ହେକ୍ଟର ଚାଷ ଜମି ଚକଡ଼ାରେ ଭର୍ତ୍ତି। ଫଳରେ ଧାନ ଚାଷ ନଷ୍ଟ ହୋଇଛି। ଏନେଇ ଚାଷୀ ସ୍ଥାନୀୟ କୃଷିଅଧିକାରୀଙ୍କୁ ଅଭିଯୋଗ କଲା ପରେ ବି ଫଳ ଶୂନ। କୃଷି ବିଭାଗର ନୀରବତା କାରଣରୁ ଚାଷୀ ନିରାଶ। ସେପଟେ କୀଟନାଶକ କାମ ନକରିବାରୁ ଶେଷରେ ନିଜ ଫସଲ କୁ  ରକ୍ଷା କରିବା ପାଇଁ ଚାଷ ଜମିରେ  ପୂଜାର୍ଚ୍ଚନା କରି ଜଳ ଛିଞ୍ଚନ କରୁଛି ଚାଷୀ। ଆଉ କେଉଁ ଚାଷୀ କଞ୍ଚା ଧାନ କୁ କାଟି ନେଉଥିବା ଅଞ୍ଚଳର ଚାଷୀ ମଧୁ ପୂଜାରୀ ଓ ବିବେକାନନ୍ଦ ପଟ୍ଟନାୟକ ଦୁଃଖରେ କହିଛନ୍ତି।

ବୋରିଗୁମ୍ମା ବ୍ଲକରେ  ୬୦% ପ୍ରତିଶତ ଲୋକେ ଚାଷ ଉପରେ ନିର୍ଭରଶୀଳ। ବ୍ଲକରେ ୩୭ ହଜାର ହେକ୍ଟର ଧାନ ଚାଷ କରାଯାଇଛି। ଚଳିତ ବର୍ଷ ବ୍ଲକର ଅନେକ ସ୍ଥାନରେ ନେକ ବ୍ଲାଷ୍ଟିଙ୍ଗ  ଏବଂ ଚକଡ଼ା ଚାଷୀଙ୍କ ଚିନ୍ତା ବଢ଼େଇଛି। କୃଷି ବିଭାଗର ଅଧିକାରୀ ମାନେ ନିଜ ନିଜ  କ୍ଷେତ୍ର ପରିଦର୍ଶନ କରୁନାହାନ୍ତି। କୌଣସି ଚାଷୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଗଲେ ଅଧିକାରୀଙ୍କ ଦର୍ଶନ ବି ମିଳୁନାହିଁ।ଫଳରେ ଚାଷୀଙ୍କୁ ବୈଷୟିକ କୌଶଳ ମିଳି ପାରୁନାହିଁ।

ଚାଷୀ ହାଇ ଇଲଡିଂ ଧାନ ପରିବର୍ତ୍ତେ  ହାଇ ବ୍ରିଡ଼ ଧାନ ଚାଷ କରୁଛନ୍ତି। ଅଧିକାଂଶ ହାଇ ବ୍ରିଡ଼ ଧାନ କିଆରୀ ରେ  ଫସଲ ନଷ୍ଟ ହେଉଛି। ଜମି ରେ ଚକଡ଼ା ଦମନ ହେଉ ଅବା ନେକ ବ୍ଲାଷ୍ଟିଙ୍ଗ କୁ ରୋକିବା ରେ ବିଫଳ ଚାଷୀ। ଅଞ୍ଚଳ ରେ ୨୫%  ପ୍ରତିଶତ ଫସଲ ନଷ୍ଟ ହୋଇଛି। ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ। ଅମଳରୁ କରଜ ଟଙ୍କା ଉଠିବ କି ନାହିଁ ତାକୁ ନେଇ ଚିନ୍ତାରେ  ଛୋଟ ଚାଷୀ। ସେପଟେ ଏଭଳି ଅଭିଯୋଗକୁ ନେଇ  ଅବଗତ ନଥିବା କହିବା ସହ  ଉକ୍ତ ଅଞ୍ଚଳ କୁ ଯାଇ ତଦନ୍ତ କରିବେ ବୋଲି ସୂଚନା ଦେଇଛନ୍ତି ବୋରିଗୁମ୍ମା ବ୍ଲକ  ଅତିରିକ୍ତ କୃଷି ଅଧିକାରୀ।

Leave a Reply

Your email address will not be published. Required fields are marked *