ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସମସ୍ୟା ନେଇ ସିଡିଏମଓଙ୍କୁ ଘେରିଲେ ନାଗରିକ କମିଟି ସଦସ୍ୟ

Spread the love

କନ୍ଧମାଳ : କନ୍ଧମାଳ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସମସ୍ୟା ନେଇ ସିଡିଏମଓଙ୍କୁ କାର୍ଯ୍ୟାଳୟରେ ଘେରିଲେ ଜିଲା ନାଗରିକ କମିଟି ।ଡାକ୍ତର ମାନେ ଗ୍ରାମାଂଚଳରେ ଥିବା ଭି୧,ଭି୨ ଓ ଭି୩ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିବା ପାଇଁ ସ୍ୱତନ୍ତ୍ର ଭତା ୩୦ରୁ ୪୦ହଜାର ପାଉଥିବା ବେଳେ ନବେ ପ୍ରତିଶତ ଡାକ୍ତର ନରହି ଉପରିସ୍ଥ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ହାତ କରି ନେଉଥିବା ଅଭିଯୋଗ କରାଯାଇଛି । ଜିଲାର ନବେ ଭାଗ ଗ୍ରାମାଂଚଳ ଡାକ୍ତରଖାନାରେ ଏଭଳି ସୁଚିନ୍ତିତ ଠକେଇ ଦୀର୍ଘ ବର୍ଷ ଧରି ଲାଗି ରହିଥିବାରୁ ଏହି ଠକେଇ ଅର୍ଥ ଆଦାୟ ପାଇଁ ଏକ ଜନସ୍ୱାର୍ଥ ମାମଲା ଆବଶ୍ୟକ । ଏହା ଏକ ସୁପରିକଳ୍ପିତ ଠକେଇ ।କନ୍ଧମାଳ ଜିଲ୍ଲାରେ ଗ୍ରାମାଂଚଳର ଜନସାଧାରଣଙ୍କୁ ଗୁଣାତ୍ମକ ସେବା ଯୋଗାଇ ଦେବା ନାମରେ ବ୍ୟାପକ ଅନିୟମିତତା ହେଉଛି ।ଏହା ବର୍ଷ ବର୍ଷ ଧରି ଚାଲିଆସିଛି । ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ ବୋଲି ଦାବି କରାଯାଇଛି । ଦ୍ୱିତୀୟରେ ବାରିକୁମ୍ପା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତି ରବିବାର ବନ୍ଦ ରହିବା ସହ ଡାକ୍ତର ସେଠାରେ ରହନ୍ତି ନାହିଁ । ଦିନ ଦଶଟାରେ ଯାଇ ୧୨ଟାରେ ଫେରନ୍ତି ।ଉପରବେଳା ଚିକିତ୍ସା ନାହିଁ ।ତେବେ ଏହା କଣ କେନ୍ଦ୍ର ସରକାରଙ୍କ ପୁରସ୍କାର ଏନକ୍ୱାସ ମାନ୍ୟତା ପାଇବାର ମାପକାଠି?

ଏହି ଅନିୟମିତତା ପାଇଁ ଲୋକମାନଙ୍କୁ ପୋଲିସ ଜରିଆରେ ଧମକ ଦେଖାଉଥିବା ଜଣାଯାଏ ।ଜିଲା ମୁଖ୍ୟ ଚିକିତ୍ସାଳୟରେ ୪୦ଟି ଡାକ୍ତର ପଦବୀ ଖାଲି ପଡିଥିବା ବେଳେ ଗ୍ରାମାଂଚଳରେ ଶତପ୍ରତିଶତ ଡାକ୍ତର କେଉଁ ଆଧାରରେ ନିଯୁକ୍ତି ହେଉଛନ୍ତି ।ଏହା ଠକିବା ପାଇଁ ନା ସ୍ୱାସ୍ଥ୍ୟ ସେବା ନାଁରେ ମାସରେ ପନ୍ଦର ଦିନ ଘରକୁ ଯିବା ପାଇଁ ? ଦୁଇବର୍ଷ ହେଲା ମେଡିସିନ ଆଉଟ ଡୋରକୁ ବିଶେଷଜ୍ଞ ଡାକ୍ତର ଯାଉନଥିବା, ସକାଳ ବେଳା ମାତ୍ର ୩-୪ଘଂଟା ଡାକ୍ତର ଆଉଟଡୋର ଆସୁଥିବା ଅଭିଯୋଗ ହୋଇଛି ।ଛୁଟିରେ ଥିବା ଡାକ୍ତରଙ୍କ ନାମ ଡ୍ୟୁଟି ଚାଟରେ ମାରି ରୋଗୀଙ୍କୁ ଭକୁଆ ବନାଉଥିବା ଦେଖାଯାଉଛି । ରେଗୁଲାର ମେଡ଼ିକାଲ ସୁପରିଟେଣ୍ଡଣ୍ଟ ନଥିବାରୁ ଟିବି ବିଭାଗର ଜଣେ କର୍ମଚରୀ ଦୀର୍ଘ ବର୍ଷ ଧରି ସୁପର ସିଡିଏମଓ ଭାବେ ଡ଼ାକ୍ତରଙ୍କ ଡ୍ୟୁଟି ଚାଟରେ ଏପଟ ସେପଟ କରି ଭଲ ହାତ ସଫେଇ କରି ଜିଲାବାସୀଙ୍କୁ ଠକୁଥିବା ଅଭିଯୋଗ ହୋଇଛି । ଗ୍ରୀଷ୍ମ ଦିନେରୋଗୀଙ୍କ ଆଟେଣ୍ଡାଂଟମାନଙ୍କ ପାଇଁ ଫ୍ୟାନ ଓ ବସିବା ସୁବିଧା, ପ୍ରବେଶ ପଥ ଆଉଟଡୋରରେ ଦୁଇଟି ପାଇଖାନା ନିର୍ମାଣ, ନିରବଛିନ୍ନ ବିଦ୍ୟୁତ ଓ ଜଳ ଯୋଗାଣ, ଜନ ଔଷଧ ନିୟମିତ ଖୋଲିବା, ଶିଶୁ ବିଭାଗ ଓ ସ୍ତ୍ରୀ ପ୍ରସୂତୀ ବିଭାଗରେ ଅର୍ଥ କାରବାର,୧୦୮ /୧୦୨ରେ ଭୟ ଦେଖାଇ ଅର୍ଥ ଆଦାୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ନିମ୍ନ ମାନର ଡାଇଲୋସିସ ଓ ଅର୍ଥ କାରବାର, ନିମ୍ନ ମାନର ଖାଦ୍ୟ, ଚିକିତ୍ସକ ଓ ପାରା ମେଡ଼ିକାଲ ଷ୍ଟାଫଙ୍କ ବ୍ୟବହାର, ଗୁରୁତର ରୋଗୀକୁ ତୁରନ୍ତ ବିଶେଷଜ୍ଞଙ୍କ ଚିକିତ୍ସା ନେଇ ସିଡିଏମଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।ଡାକ୍ତରଙ୍କୁ ଦିତୀୟ ଭଗବାନ ଭାବେ ସମ୍ମାନ ଦିଆଯାଉଥିବା ବେଳେ ସେମାନଙ୍କ ଠକେଇ ମନୋଭାବ ଓ ଅସଦବ୍ୟବହାର ଆଶା କରଯାଏ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ୫ଟିର ଖୁଲମଖୁଲା ଉଲଂଘନ । କନ୍ଧମାଳ ଜିଲ୍ଲାର ୮୦ଭାଗ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ପ୍ରକାଶ୍ୟ ଦିବା ଲୋକରେ ଏକ ଠକେଇର ନମୁନା ମାତ୍ର ।

ଏହି ଅବସରରେ ଜିଲା ମିଳିତ ନାଗରିକ କମିଟି ପକ୍ଷରୁ ଆବାହକ ଅଶୋକ ପରିଡାଙ୍କ ସହ ସଭାପତି ଡ ଅରୁପ ଜେନା, ପ୍ରେସ କ୍ଲବ ସଭାପତି ସୁନିଲ ପଟ୍ଟନାୟକ, ରେଡକ୍ରସର ଜିଲା ପ୍ରତିନିଧି ତଥା ସ୍ୱେଛାସେବୀ ପ୍ରଶାନ୍ତ କୁମାର ବେହେରା, ବରିଷ୍ଠ ନାଗରିକ ପ୍ରଣବ ମଣ୍ଡଳ ହେମନ୍ତ ମହାନ୍ତି, ଗିରିଷ ପଟନାୟକ, ଦିଗମ୍ବର ମହାପାତ୍ର, ଲଳିତ ମଲ୍ଲିକ, ସୁଧିର ମହାରଣାଙ୍କ ସହ ବାରିକୁମ୍ପା ୱାଡମେମ୍ବର ସୁବାସିନୀ ନାୟକ, ସଂନ୍ଧ୍ୟାରାଣୀ ଗଣ୍ଡା,ନଳିନୀ ସେଠୀ ପ୍ରମୁଖ ମହିଳା ପୁରୁଷ ଉପସ୍ଥିତ ରହି ଏହି ସମସ୍ୟାର ଆଶୁ ସମାଧାନ ଦାବି କରିଛନ୍ତି । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଏହା ଉପରେ ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *