ଆଜି ରାଧିକା ମର୍ଚ୍ଚାଣ୍ଟଙ୍କ ହାତ ଧରିବେ ଅନନ୍ତ ଅମ୍ବାନୀ

ଆଜି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ଶିଳ୍ପପତି ବିରେନ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚ୍ଚାଣ୍ଟ ଙ୍କ ବିବାହ । ଉଭୟଙ୍କ ବିବାହ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି । ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ଅନନ୍ତ ରାଧିକାଙ୍କ ପଡିବ ହାତଗଣ୍ଠି । ଏହି ବିବାହରେ ଦେଶ ବିଦେସରୁ ଅନେକ ସେଲିବ୍ରିଟିମାନେ ତଥା ଅନେକ ନେତା ଓ ମନ୍ତ୍ରୀ ବିବାହରେ ସାମିଲ ହେବେ ।

ସୁଚନା ଅନୁଯାୟୀ ତାଙ୍କର ବାରାତ ଅପରାହ୍ଣ ୩ଟାରେ ଜିଓ ୱାର୍ଲ୍ଡ ସେଣ୍ଟରରେ ପହଞ୍ଚିବ । ଏହା ପରେ ଅନନ୍ତ ଓ ରାଧିକାଙ୍କ ବରମାଳ ଉତ୍ସବ ରାତି ୮ଟାରେ ହେବ ଓ ରାତି ୯,.୩୦ ରେ ହାତଗଣ୍ଠି ପଡିବ ।

ଏହି ସମୟରେ ପୁରା ପରିବାର ସମେତ , ଅନେକ ନେତା ,ରାଜନେତା , ମନ୍ତ୍ରୀ , ଓ ସେଲିବ୍ରିଟି ବର ଏବଂ କନ୍ୟାଙ୍କୁ ଆଶୀର୍ବାଦ କରିବେ । ଏହି ଅତିଥି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଙ୍କ ସହ ବଡ ବଡ ମନ୍ତ୍ରୀ ସାମିଲହେବେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *