କନ୍ଧମାଳ: କଥାରେ ଅଛି, ଯାହାର ମା ନାହିଁ ତାହାର ସାହା ନାହିଁ । ମା ଶଦ୍ଦଟି ପ୍ରାୟ ସମସ୍ତଙ୍କ ଜୀବନ ସହ ଜଡିତ । ମାଙ୍କୁ ହରାଇବା ପରେ ଅନେକଙ୍କ ଜୀବନର ଗତିପଥ ବଦଳିଯାଏ । ସେମିତି ମାର ମୃତ୍ୟୁ ପରେ ଝିଅକୁ ଆଶ୍ରମରେ ଛାଡି ଦେଇଥିଲେ ବାପା । ୩୦ ବର୍ଷ ପରେ ନିଜ ଜନ୍ମ ମାଟିକୁ ଫେରିଛି ଝିଅ । ଆଶ୍ରମରୁ ପୋଷ୍ୟ ହୋଇ ବେଲଜିୟମ ଚାଲାଯାଇଥିବା କନ୍ଧମାନ ଝିଅ ମାମିନା ନିଜ ବାପାଙ୍କୁ ଭେଟିବା ପାଇଁ ଫେରିଛି କନ୍ଧମାଳ ।
ଶେଷରେ ମନେ ପଡିଲେ ବାପା । କନ୍ଧମାଳ ରାଇକିଆ ବ୍ଲକ ଗୁଝାପାଙ୍ଗା ଗାଁର ଦୃଶ୍ୟ। ୩୦ ବର୍ଷ ପରେ ନିଜ ବାପାକୁ ଭେଟୁଛି ଝିଅ । ଏ ଦୃଶ୍ୟ ଦେଖିଲେ କେହି ବି ଭାବବିହୋଳ ନହୋଇ ରହିପାରିବେ ନାହିଁ । ୧୯୯୩ ମସିହାରେ ମାମିନା ୩ ମାସର ହୋଇଥିବା ବେଳେ ତାଙ୍କ ମା ଙ୍କ ଦେହାନ୍ତ ହୋଇଥିଲା । ମାର ମୃତ୍ୟୁ ପରେ ୩ ମାସର ଝିଅକୁ ଜି ଉଦୟଗିରି ସୁଭଦ୍ରା ମହତାବ ଆଶ୍ରମରେ ଛାଡି ଦେଇଥିଲେ ବାପା ।
ଆଶ୍ରମରେ ଛାଡିବାର କିଛି ବର୍ଷ ପରେ ବେଲଜିୟମର ଏକ ଦମ୍ପତି ମାମିନାଙ୍କୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରି ନିଜ ଦେଶକୁ ନେଇଯାଇଥିଲେ ଓ ସେଠାରେ ପାଠ ପଢି ମାମିନା ବେଶ ଉଚ୍ଚଶିକ୍ଷିତା ହୋଇଛନ୍ତି ।
୩ ବର୍ଷର ଝିଅ ଏବେ ୩୯ ବର୍ଷରେ ପହଞ୍ଚିଥିଲେ । ଆଉ ନିଜ ଜନ୍ମ ମାଟିର ଠିକଣା ଖୋଜି ନିଜ ସ୍ବାମୀଙ୍କ ସହ ବେଲଜିୟମରୁ କନ୍ଧମାଳ ଆସିଛି ଖାସ ବାପାଙ୍କୁ ଭେଟିବା ପାଇଁ । ଏ କାହାଣୀ ହେଉଛି କନ୍ଧମାଲ ରାଇକିଆ ବ୍ଲକ ଗୁଜାପାଙ୍ଗାର କୃଷ୍ନଚନ୍ଦ୍ର ରଣାଙ୍କ ଝିଅ ମାମିନାଙ୍କର ।
ତାଙ୍କୁ ଜନ୍ମ ସ୍ଥାନ ଫେରିବାର ବାଟ ଫିଟାଇଥିଲା ତାଙ୍କ କାମ୍ବୋଡିଆ ଗସ୍ତ । କିଛି ବର୍ଷ ତଳେ ମାମିନା କାମ୍ବୋଡିଆ ବୁଲିବାକୁ ଯାଇଥିବା ବେଳେ ଜଣେ ଆଙ୍ଗ୍ଲୋ ଇଣ୍ଡିଆନ ତାଙ୍କୁ ଆପଣ ଆଙ୍ଗ୍ଲୋ ଇଣ୍ଡିଆ ବୋଲି ପ୍ରଶ୍ନ କରିଥିଲେ । ସେହି ପ୍ରଶ୍ନର ଉତ୍ତର ଦେଇପାରିନଥିଲେ ମାମିନା । ଘରକୁ ଫେରି ତାଙ୍କ ପାଳିତ ବାପା ମାଙ୍କୁ ନିଜର ପ୍ରକୃତ ପରିଚୟ ପଚାରିଥିଲେ । ଏହା ପରେ ବଲଜିୟମ ଦମ୍ପତି ମାମିନାଙ୍କୁ କହିଥିଲେ କନ୍ଧମାଳରୁ ବେଲଜିୟମ ଯାତ୍ରାର ପୁରା କାହାଣୀ । ଏହା ପରେ ନିଜ ଜନ୍ମମାଟିକୁ ଫେରିବା ପାଇଁ ମାମିନା ପୁନେର ମହିଳା ଆଇନଜୀବୀ ଅଂଜ ପାୱାରଙ୍କୁ ଯୋଗଯୋଗ କରିଥିଲେ । ଏବେ ପାୱାରଙ୍କ ସହାୟତାରେ ଭାରତ ଆସି ଜି. ଉଦୟଗିରି ସୁଭଦ୍ରା ମହତାବ ଆଶ୍ରମରେ ନିଜ ବାପାଙ୍କୁ ଭେଟିଛନ୍ତି ମାମାନି । ଅନ୍ୟପଟେ ଏତେ ବର୍ଷ ପରେ ମାମିନାଙ୍କୁ ତାଙ୍କ ଗ୍ରାମବାସୀ ପାଇଁ ବେଶ ଖୁସି।
ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ
Naxatra News is now on Whatsapp
Join and get latest news update delivered to you via whatsapp
Join Now