ପୋଲିସ ସବ ଇନିସ୍ପେକ୍ଟର ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ

Spread the love

ସରକାରୀ ଚାକିରି ଖଣ୍ଡିଏ ପାଇବା ସମସ୍ତଙ୍କ ଇଛା। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଚାକିରି ମିଳିବା କଷ୍ଟକର । ସରକାରୀ ଚାକିରି ଗୋଟିଏ ପ୍ରକାର ସ୍ବପ୍ନ ହୋଇଛି ଯୁବ ପିଢିଙ୍କ ପାଇଁ । ତେବେ ଏକ ସୁଖବର ଆସିଛି। ଆପଣ ୧୦ ମ ପାସ କରିଛନ୍ତି କି । ବ୍ୟସ୍ତ ହୁଅନ୍ତୁ ନାହିଁ । ଆପଣଙ୍କ ପାଖରେ ଅଛି ଜବରଦସ୍ତ ସୁଯୋଗ । ତାହା ପୁଣି ଏମିତି ସେମିତି ନୁହେଁ ପୋଲିସ ଚାକିରି ।

କଥାରେ ଅଛି ଚାକିରି କରିବ ପୋଲିସ ମାଛ ଖାଇବ ଇଲିସି । ପୋଲିସ ସବ ଇନିସ୍ପେକ୍ଟର ଚାକିରି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ । ଏହି ନିଯୁକ୍ତି ପ୍ରକିୟା ମାଧ୍ୟମରେ ୩୫ ଟି ପଦୀବ ପୂରଣ ହେବ । ତେବେ ଏଥି ପାଇଁ କଣ ପ୍ରୋସିଯୁ୍ଅର ରହିଛି ତା ବିଷୟରେ ଆସନ୍ତୁ ଜାଣିବା।  କେବେ ଆବେଦନ କରିବେ, କିପରି ଆବେଦନ କରିବେ ଆସନ୍ତୁ ଜାଣିବା। ଇଣ୍ଡୋ ତବ୍ଦତୀୟ ସୀମା ପୋଲିସରେ ସବ ଇନିସ୍ପେକ୍ଟର ପଦରେ ଚାକିର ବାହାରିଛି। ଆଈଟିବିପି ଏକ ବିଜ୍ଞପ୍ତି ଜାରି କରିଛି । ଆବେଦନ ପ୍ରକିୟା ଜୁଲାଇ ୧୬ରେ ଆରମ୍ଭ ହେବାକୁ ଥିବା ବେଳେ ପ୍ରାର୍ଥୀ ମାନେ ଅଗଷ୍ଟ ୧୪ ପର୍ଯ୍ୟନ୍ତ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଆବେଦନ ଲିଙ୍କ ଫିସିଆଲ ୱେବସାଇଟରେ ରହିଛି RECRUTEMENTITBPPOLICE.NIC.IN  । ୩୫ ପଦବୀ ମଧ୍ୟରୁ ୩୨ ଟି ପୁରୁଷଙ୍କ ପାଇଁ ଥିବା ବେଳେ ୩ ଟି ପୋଷ୍ଟ ମହିଳାଙ୍କ ପାଇଁ ଅଛି । ଏହି ପଦବୀରେ ନିଯୁକ୍ତି ପାଇବା ପରେ ପ୍ରାର୍ଥୀଙ୍କୁ ମାସିକ ୩୫୪୦୦ ରୁ ୧୧୨୪୦୦ ଟଙ୍କା ପର୍ଯ୍ୟନ୍ତ ଦରମା ଦିଆଯିବ । ଶିକ୍ଷାଗତ ଯୋଗ୍ୟତା ଦଶମ ପାସ ଥିବା ସହତି ସିଭିଲ ଇଂଜିନିୟରିଙ୍ଗଂ ପାସ କରିଥିବା ଯୁବକ ମାନେ ମଧ୍ୟ ଆବେଦନ କରିବା ପାଇଁ ଯୋଗ୍ୟ ଅଟନ୍ତି । ବୟସ ସୀମା ୨୦ ରୁ ୨୫ ବର୍ଷ ମଧ୍ୟରେ ହେବା ଉଚିତ । ଚୟନ ପ୍ରକୀୟା ଶାରୀରିକ ଦକ୍ଷତା ପରୀକ୍ଷା , ଶାରୀରିକ ମାନକ ପରୀକ୍ଷା, ଲିଖିତ ପରୀକ୍ଷା , ଡକ୍ୟୁମେଣ୍ଟ ଯାଞ୍ଚ  ଏବଂ ମେଡିକାଲ ପରୀକ୍ଷା ମଧ୍ୟମରେ ପାର୍ଥୀ ଚୟନ କରାଯିବ ।

ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ୍

Leave a Reply

Your email address will not be published. Required fields are marked *