ନାବାଳିକାକୁ ଅପହରଣ ଓ ପରେ ୫୦୦ ଟଙ୍କାରେ ବିକ୍ରି

ପ୍ରଥମେ ଜଣେ ନାବାଳିକାକୁ ଅପହରଣ ଓ ପରେ ୫୦୦ ଟଙ୍କାରେ ବିକ୍ରି। ଘଟଣାର ୧୬ ଦିନ ପରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ବିହାର ପାଟନାରେ ଏଭଳି ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି। ୩ ବର୍ଷର ନାବାଳିକାକୁ ଅପହରଣ କରି ମାତ୍ର ୫ଶହ ଟଙ୍କାରେ ସେକ୍ସ ରାକେଟକୁ ବିକ୍ରି କରିଥିଲା ଭଡାଟିଆ। ହେଲେ ଅପହରଣର ୧୬ ଦିନ ପରେ ପୋଲିସ ସଫଳତାର ସହ ନାବାଳିକାକୁ ଉଦ୍ଧାର କରିଛି। ସେଦିନ ଥିଲା ଜୁନ ୨୨ ତାରିଖ। ପିରବାହୋର ପୋଲିସ ଷ୍ଟେସନ ଅଞ୍ଚଳରୁ ଲାଡୋ ନାମକ ୩ ବର୍ଷର ଝିଅ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇଯାଇଥିଲା। ଏନେଇ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ଲାଡୋର କୌଣସି ଖୋଜଖବର ପାଇନଥିଲେ। ଭଡାଟିଆ ଶବୀର ଖାନ ଅପହରଣ କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ଲାଡୋର ପରିବାରଲୋକେ। ଏହାପରେ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଥିଲା। ପୋଲିସ ଏହି ଅଞ୍ଚଳର ସିସିଟିଭି କ୍ୟାମେରା ଯାଞ୍ଚ କରି ଝିଅଟି ଶବୀର ଖାନ ସହ ଥିବା ଜାଣିବାକୁ ପାଇଥିଲା।
ପୋଲିସ ଅଭିଯୁକ୍ତ ଶବୀର ଖାନକୁ ଗିରଫ କରି ପଚରାଉଚୁରା କରି ଜାଣିବାକୁ ପାଇଲା ଯେ, ଅଭିଯୁକ୍ତ ଜଣଙ୍କ ପାଟନା ଷ୍ଟେସନରେ ଭିକ ମାଗୁଥିବା ରୁକମନି ଦେବୀ ନାମକ ଜଣେ ମହିଳାଙ୍କୁ ମାତ୍ର ୫୦୦ ଟଙ୍କାରେ ବିକ୍ରି କରିଛି। ପରେ ପୋଲିସ ରୁକମନିକୁ ଗିରଫ କରିବା ସହ ଜାଣିବାକୁ ପାଇଲା ଯେ ରେଖା ନାମକ ଜଣେ ମହିଳା ପାଖରେ ସେହି ଝିଅ ଅଛି। ହେଲେ ରେଖାର ଠିକଣା ଜାଣିନଥିବା ପୋଲିସକୁ କହିଥିଲା ରୁକମନି।
ପରେ ପାଟଣା ଲାଲଜିଟୋଲା ସ୍ଥିତ ଏକ ଘରୁ ଝିଅଟିର କାନ୍ଦ ଶୁଣାଯାଇଥିଲା। ଏଠାରେ ସେକ୍ସ ରାକେଟ ଚାଲିଥିବା ସାମାଜିକ କର୍ମୀଙ୍କ ସହ ସ୍ଥାନୀୟଲୋକମାନେ ଜାଣିବାକୁ ପାଇଥିଲେ। ସେମାନେ ସେଠାକୁ ଗ୍ରାହକ ବେଶରେ ଯାଇ ନାବାଳିକାକୁ ଦେଖି ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝିଅଟିକୁ ଉଦ୍ଧାର କରିବା ସହ ଶବୀର ଖାନ, ରୁକମନି ଦେବୀ ଏବଂ ରେଖା ଦେବୀଙ୍କୁ ଗିରଫ କରିଛି। ତେବେ ଝିଅକୁ ନେଇ ସେମାନେ କଣ କରିଥାନ୍ତେ ଏବଂ ସେକ୍ସ ରାକେଟର ଚେର କେଉଁଠିକି ଲମ୍ୱିଛି ତାହାର ଖୋଳତାଡ ଜାରି ରଖିଥିବା ପାଟନାର ଏସଏସପି ମାନବଜୀତ ସିଂହ କହିଛନ୍ତି।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *