ଉତ୍ତର ପ୍ରଦେଶ ସରକାରଙ୍କ ନେମପ୍ଲେଟ ଆଦେଶ ଉପରେ ସୁପ୍ରିମକୋର୍ଟଙ୍କ ଶୁଣାଣି 

ଉତ୍ତର ପ୍ରଦେଶ ସରକାର କାଉଡିଆ ଯାଉଥିବା ରାସ୍ତାରେ ଦୋକାନୀମାନେ ନିଜ ନିଜର ନାମ ଲେଖିବା ଆଦେଶ ଉପରେ ସୁପ୍ରିମକୋର୍ଟ ଦଖଲ ଦେଇଛନ୍ତି । ଯୋଗୀ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଚ୍ୟାଲେଞ୍ଚ କରି ସୁପ୍ରିମକୋର୍ଟରେ ହୋଇଥିବା ମାମଲାର ଶୁଣାଣି କରି କୋର୍ଟ ଅନ୍ତରୀଣ ରୋକ୍ ଲଗାଇଛନ୍ତି । କେବଳ ସେତିକି ନୁହେଁ କୋର୍ଟ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ମଧ୍ୟ ପ୍ରଦେଶ ସରକାରଙ୍କ ନୋଟିସ ଜାରି କରିଛନ୍ତି । କୋର୍ଟ ଏହି ନୋଟିସ ମାଧ୍ୟମରେ କହିଛନ୍ତି କି, ରାଜ୍ୟ ପୋଲିସ କୌଣସି ଦୋକାନୀଙ୍କ ଉପରେ ନାମ ପ୍ରଦର୍ଶନ କରିବା ଉପରେ ଜୋର ଜବରଦସ୍ତ କରିପାରିବ ନାହିଁ । ଦୋକାନୀମାନଙ୍କୁ କେବଳ ସେମାନଙ୍କ ସାମଗ୍ରୀର ସୂଚନା ଦେବାକୁ ବାଧ୍ୟ କରାଯାଇପାରିବ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୬ ତାରିଖରେ ହେବ । ଯୋଗୀ ସରକାରଙ୍କ ଏଭଳି ଆଦେଶକୁ ଚ୍ୟାଲେଞ୍ଜ କରି ଆସୋସିଏସନ ଫର ପ୍ରୋଟେକସନ ଅଫ୍ ସିଭିଲ ରାଇଟ୍ସ ତରଫରୁ ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଥିଲା ।

କୋର୍ଟ ପ୍ରଶ୍ନ କରିଥିଲେ କି ରାଜ୍ୟ ସରକାର ଏନେଇ କୌଣସି ଔପଚାରିକ ଆଦେଶ ପାରି କରିଛନ୍ତି କି, ଏହାର ଉତ୍ତରରେ ସରକାରଙ୍କ ଓକିଲ କହିଥିଲେ, ଏନେଇ ଅପ୍ରତ୍ୟକ୍ଷ ଭାବେ ସରକାର ଏହାକୁ ଲାଗୁ କରିଛନ୍ତି । ସେପଟେ ଆବେଦନକାରୀଙ୍କ ତରଫରୁ ମାମଲା ଲଢୁଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସଂଘଭୀ କହିଥିଲେ କି, ସୁରକ୍ଷା, ମାନକ ଓ ଧର୍ମ ନିରପେକ୍ଷତା ତିନୋଟି ପ୍ରସଙ୍ଗ ମହତ୍ୱପୂର୍ଣ୍ଣ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *