ପ୍ୟାରିସ ଅଲମ୍ପିକ : ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ

ପ୍ୟାରିସ ଅଲମ୍ପିକ ୨୦୨୪ । ବିଜୟ ସହ ଅଭିଯାନ ଆରମ୍ଭ କଲା ଭାରତ । ପୁଲ – ବି ର ଖେଳାଯାଇଥିବା ଏକ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ୩-୨ ଗୋଲରେ ବିଜୟ ହାସଲ କରିଛି । ଏକଦା ୧-୦ ଗୋଲରେ ପଛରେ ଥିବା ଭାରତ ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ଗୋଲ କରି ୨-୧ ରେ ଲିଡ୍ କରିଥିଲା ପରବର୍ତ୍ତୀ ସମୟରେ ନ୍ୟୁଜିଲାଣ୍ଡ କମବ୍ୟାକ କରିବା ସହ ସ୍କୋର ୨-୨ ରେ ବରାବର ରହିଥିଲା । ମ୍ୟାଚର ଶେଷ କ୍ଵାର୍ଟରରେ ଭାରତକୁ ମିଳିଥିବା ଏକ ପେନାଲ୍ଟି ଷ୍ଟ୍ରୋକକୁ ଅଧିନାୟକ ହରମନପ୍ରୀତ ସିଂ ଗୋଲରେ ପରିଣତ କରାଇବା ସହ ଭାରତକୁ ୩-୨ ଗୋଲରେ ବିଜୟୀ କରାଇଛନ୍ତି । ପରବର୍ତ୍ତୀ ମ୍ୟାଚରେ ଜୁଲାଇ ୨୯ ତାରିଖରେ ଆର୍ଜେଣ୍ଟିନାକୁ ଭେଟିବ ଭାରତ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *