ବିଲୁପ୍ତ ହେଉଛି ଛବିଳ ମଧୁ ବର୍ଣ୍ଣବୋଧ !

ଛବିଳ ମଧୁ ବର୍ଣ୍ଣବୋଧ, ଏହା ଏମିତି ଏକ ଉପାଦେୟ ବହି, ଯାହା ଯୁଗୋପଯୋଗୀ ଥିଲା । ଯାହାକି, ଭାଷା ଶୁଦ୍ଧ ହେବା ସହିତ ପିଲାଙ୍କ ଲେଖା ଶୈଳୀରେ ମଧ୍ୟ ପରିମାର୍ଜିତ ହେଉଥିଲା । ହେଲେ, ସମୟ ସୁଅରେ ଏବେ ଭାଷିଯାଇଛି ଏହି ବିଲେଇ ବହି ବା ଛବିଳ ମଧୁ ବର୍ଣ୍ଣବୋଧ । ଆସନ୍ତୁ ଜାଣିବା ନକ୍ଷତ୍ର ନ୍ୟୁଜର ଏହି ସ୍ୱତନ୍ତ୍ର ରିପୋର୍ଟ ।

ଛବିଳ ମଧୁ ବର୍ଣ୍ଣବୋଧ । ଦେଖିବାକୁ ଛୋଟ ଚଟି ବହିଟିଏ । ଯାହାର ରଚୟିତା ଭକ୍ତ କବି ମଧୁସୂଦନ ରାଓ । ସମୟ ଥିଲା ଛୋଟ ପିଲା ମାନଙ୍କର ଛବିଳ ମଧୁ ବର୍ଣ୍ଣବୋଧ ବିନା ଓଡ଼ିଆ ଭାଷାର ମୂଳଦୁଆ ଭାବେ କଳ୍ପନା କରିହେଉ ନଥିଲା । ସେତେବେଳେ ପିଲା ମାନଙ୍କର ମଧୁ ବର୍ଣ୍ଣବୋଧ ଚାଟଶାଳି ଓ ପ୍ରାଥମିକ ବିଦ୍ୟାଳୟରେ ଅଧିକ ଗୁରୁତ୍ୱ ଦିଆଯାଉଥିଲା । ଯାହାକି, ଓଡିଶା ମାଟିର ସବୁ ପିଲାଙ୍କ ପାଇଁ ଏହି ଛବିଳ ମଧୁ ବର୍ଣ୍ଣବୋଧ ବହିଟି ଆଦ୍ୟ ଗୁରୁ ଅଟେ । ବର୍ତ୍ତମାନ ସମୟରେ ପିଲାମାନେ ଇଁରାଜୀରୁ ପାଠ ପଢିବା ଆରମ୍ଭ କଲେଣି । ପିଲାଙ୍କ ମନ ଭିତରୁ ଓଡ଼ିଆ ଶିକ୍ଷା ବିଲୁପ୍ତ ହେବାସହ,ଇଁରାଜୀ ଆପଣେଇଲେଣି । ଯାହାଫଳରେ, ଛବିଳ ମଧୁ ବର୍ଣ୍ଣବୋଧ ପିଲାଙ୍କ ମନରୁ ଦୁରେଇବାକୁ ବସିଲାଣି ।

ମଧୁସୂଦନ ରାଓଙ୍କ ରଚନା ଖୁବ ସରଳ ଓ ଶୁଦ୍ଧ ଓଡିଆରେ ଲେଖା । ମଧୁସୂଦନ ରାଓ ଓ ଫକୀର ମୋହନ ସେନାପତିଙ୍କ ଠାରୁ ଓଡ଼ିଆ ଭାଷାର ଆଧୁନିକ ଯୁଗର ଆରମ୍ଭ ହୋଇଥିବା ମଧ୍ୟ କୁହାଯାଏ । ସେ ଯାହାହେଉ, ଏବେ କିନ୍ତୁ ଚାହାଳି ଘରେ ଆଉ ଶୁଭୁନାହିଁ ଛବିଳ ମଧୁ ବର୍ଣ୍ଣବୋଧର ଶବ୍ଦ। ସମୟ ବଦଳିବା ସହ, ପିଲାମାନଙ୍କ ରୁଚି ମଧ୍ୟ ବଦଳୁଛି । ଏବଂ ସମୟ ସୁଅରେ ଭାଷିଯାଇଛି ଛବିଳ ମଧୁ ବର୍ଣ୍ଣବୋଧ । ଯେଉଁ ବହି ପଢି ଦିନେ ପିଲାମାନେ ଓଡ଼ିଆ ଭାଷାକୋଷ ସହିତ ପରିଚିତ ହେଉଥିଲେ, ସେହି ଛବିଳ ମଧୁ ବର୍ଣ୍ଣବୋଧ ଆଜି ଆଉ ପିଲାମାନଙ୍କର ପ୍ରାଥମିକ ଶ୍ରେଣୀରେ ଦେଖିବାକୁ ମିଳୁନାହିଁ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *