ବନ୍ଧ୍ୟାକରଣ ପ୍ରତି ବଢୁଛି ପୁରୁଷଙ୍କ ଆଗ୍ରହ। ଏନେଇ, ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଲିଖିତ ଉତ୍ତର ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ୨୦୨୩-୨୪ ବର୍ଷରେ ୧୭୯୨ ଜଣ ପୁରୁଷ ବନ୍ଧ୍ୟାକରଣ କରିଥିବାବେଳେ ୨୦୨୧-୨୨ ରେ ୯୯୧ ଓ ୨୦୨୨-୨୩ ରେ ୧୫୬୯ ଜଣ ପୁରୁଷ ବନ୍ଧ୍ୟାକରଣ କରିଥିଲେ।ହେଲେ ମହିଳାଙ୍କ ବନ୍ଧ୍ୟାକରଣ ସଂଖ୍ୟା ହ୍ରାସ ପାଉଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୦୨୧-୨୨ ରେ ୮୨୧୫୨82152, ୨୦୨୨-୨୩ରେ ୯୨୯୧୫ ଓ ୨୦୨୩-୨୪ ବର୍ଷରେ ୮୦୪୦୩ ଜଣ ମହିଳା ବନ୍ଧ୍ୟାକରଣ କରିଛନ୍ତି। ଗତ ତିନି ବର୍ଷରେ ସମୁଦାୟ ୨ ଲକ୍ଷ ୫୯ ହଜାର ୮୨୨ ଜଣ ମହିଳା ବନ୍ଧ୍ୟାକରଣ କରିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now