ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୧ରେ ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନରେ ୧୦୯ଟି ଉଚ୍ଚ ଉତ୍ପାଦନକାରୀ, ଜଳବାୟୁ ସହନଶୀଳ ଏବଂ ଜୈବ ବନୀକରଣ ପ୍ରଜାତିର ଫସଲ ଉନ୍ମୋଚନ କରିବେ ।
ପ୍ରଧାନମନ୍ତ୍ରୀ ୬୧ଟି ଫସଲର ୧୦୯ ପ୍ରଜାତିକୁ ଉନ୍ମୋଚନ କରିବେ, ଯେଉଁଥିରେ ୩୪ଟି କ୍ଷେତ ଫସଲ ଓ ୨୭ଟି ଉଦ୍ୟାନ କୃଷି ଫସଲ ଅନ୍ତର୍ଭୁକ୍ତ । କ୍ଷେତ ଫସଲ ମଧ୍ୟରେ ବାଜରା, ତୈଳବୀଜ, ଡାଲିଜାତୀୟ ଫସଲ, ଆଖୁ, କପା, ଫାଇବର ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ଫସଲ ସମେତ ବିଭିନ୍ନ ଶସ୍ୟର ବିହନ ରହିବ । ଉଦ୍ୟାନ କୃଷି ଫସଲ ମଧ୍ୟରେ ବିଭିନ୍ନ ପ୍ରକାରର ଫଳ, ପନିପରିବା ଫସଲ, ବୃକ୍ଷରୋପଣ ଫସଲ, କନ୍ଦ ଫସଲ, ମସଲା, ଫୁଲ ଓ ଔଷଧୀୟ ଫସଲ ରହିବ ।
ପ୍ରଧାନମନ୍ତ୍ରୀ ସର୍ବଦା ସ୍ଥାୟୀ ଚାଷ ଏବଂ ଜଳବାୟୁ ସହନଶୀଳ ପଦ୍ଧତି ଗ୍ରହଣକୁ ପ୍ରୋତ୍ସାହିତ କରି ଆସୁଛନ୍ତି । ଭାରତକୁ ପୁଷ୍ଟିହୀନତା ମୁକ୍ତ କରିବା ପାଇଁ ମଧ୍ୟାହ୍ନ ଭୋଜନ, ଅଙ୍ଗନବାଡି ଇତ୍ୟାଦି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ସହିତ ଯୋଡ଼ି ଜୈବ ବନୀକରଣ ପ୍ରଜାତିର ଫସଲକୁ ପ୍ରୋତ୍ସାହିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଏହି ପଦକ୍ଷେପଗୁଡ଼ିକ କୃଷକମାନଙ୍କ ପାଇଁ ଉତ୍ତମ ଆୟ ସୁନିଶ୍ଚିତ କରିବା ସହିତ ସେମାନଙ୍କ ପାଇଁ ଉଦ୍ୟୋଗର ନୂତନ ମାର୍ଗ ଖୋଲିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now