ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ , ପ୍ରତିବାଦର ନିଆଁ ରେ ଭାରତ

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ପ୍ରତିବାଦର ନିଆଁ ଭାରତର ବିଭିନ୍ନ ଜାଗାରେ ଦେଖିବାକୁ ମିଳିଛି। ବାଂଲାଦେଶୀ ମୁସଲିମଙ୍କୁ ହିନ୍ଦୁ ରକ୍ଷା ବାହିନୀ ବିଭିନ୍ନ ଜାଗାରେ ଆକ୍ରମଣ ସହ ୨୪ ଘଣ୍ଟା ଭିତରେ ଭାରତ ଛାଡ଼ିବାକୁ ଚେତାବନୀ ଦେଇଛି। ହିନ୍ଦୁଙ୍କ ଉପରେ ବାଂଲାଦେଶରେ ଆକ୍ରମଣ ବନ୍ଦ ନ ହେଲେ ସମାନ ଢଙ୍ଗରେ ଭାରତରେ ରହୁଥିବା ବାଂଲାଦେଶୀଙ୍କୁ ସମଦଶା ଭୋଗିବାକୁ ପଡ଼ିବ ବୋଲି ତାଗିଦରୁ ବିଷମ ପରିସ୍ଥିତି ସୃଷ୍ଟି ହେଲାଣି। ହିନ୍ଦୁ ରକ୍ଷା ଦଳ ସଦସ୍ୟଙ୍କ ନାଁରେ ଏତଲା ହୋଇଛି।ଓଡ଼ିଶାରେ ବି ବାଂଲାଦେଶୀ ସନ୍ଦେହରେ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ ବଢ଼ିଲାଣି। ସେପଟେ ସୀମା ସୁରକ୍ଷା ଓ ବାଂଲାଦେଶରେ ହିନ୍ଦୁଙ୍କ ନିରାପତ୍ତା ନେଇ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି।

ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁ ବର୍ଗଙ୍କ ଉପରେ ଅତ୍ୟାଚାରର ପ୍ରତିଶୋଧର ନିଆଁ ଭାରତରେ ତେଜିଲାଣି। ଯେସାକୁ ତେସା ନ୍ୟାୟରେ ଭାରତରେ ବାଂଲାଦେଶୀ ଶରଣାର୍ଥୀଙ୍କ ଉପରେ ହିନ୍ଦୁ ରକ୍ଷା ବାହିନୀ ବି ଆକ୍ରମଣ କଲାଣି। ୟୁପିର ଗାଜିଆବାଦରେ ହିନ୍ଦୁ ରକ୍ଷା ବାହିନୀ ବାଂଲାଦେଶୀ କହି ମୁସଲମାନଙ୍କ କୁଡ଼ିଆ ଘରକୁ ଭାଙ୍ଗିବା ସହ ବାଡ଼େଇ ତଡ଼ି ଦେଇଛନ୍ତି। ସାମଗ୍ରୀରେ ନିଆଁ ଲଗାଇଦେଇଛନ୍ତି। ବାଂଲାଦେଶ ସରକାର ହିନ୍ଦୁଙ୍କ ଉପରେ ଅତ୍ୟାଚାର ବନ୍ଦ କରିବାକୁ ୨୪ ଘଣ୍ଟାର ମହଲତ ଦେଇଛି ହିନ୍ଦୁ ବାହିନୀ। ନଚେତ୍ ବାଂଲାଦେଶୀ ମୁସଲିମ ସମଦଶା ଭୋଗିବେ ବୋଲି ଚେତାବନୀ ଦେଇଛି। ସେପଟେ ପୁଲିସ ଏଭଳି ଆକ୍ରମଣକୁ ନେଇ ୧୫ରୁ ୨୦ ଜଣଙ୍କ ବିରୁଦ୍ଧରେ ଥାନାରେ ଏତଲା ହୋଇଛି। ହିନ୍ଦୁ ରକ୍ଷା ବାହିନୀର ଅଧ୍ୟକ୍ଷ ପିଙ୍କି ଚୌଧୁରୀଙ୍କ ସମେତ ମାଡ଼ ମାରିଥିବା ଲୋକଙ୍କ ବିରୁଦ୍ଧରେ ମାମଲା ହୋଇଛି। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ରେଳ ମାଡ଼ ଖାଇଥିବା କୌଣସି ବ୍ୟକ୍ତି ବି ବାଂଲାଦେଶୀ ନଥିଲେ। ଏମାନେ ସମସ୍ତେ ଶାହାଜାହାନପୁରର ଲୋକ ଅଟନ୍ତି। ସେପଟେ ରୋହିଙ୍ଗ୍ୟା ବାଂଲାଦେଶୀ ୭୨ ଘଣ୍ଟାରେ ଭାରତ ଛାଡ଼ନ୍ତୁ ବୋଲି ଦାବି ସହ ରାଷ୍ଟ୍ରୀୟ ହିନ୍ଦୁ ବୀର ସେନା ବି ସମାନ ଢଙ୍ଗରେ ହାତରେ ବାଡ଼ି ଧରି ଚେତାବନୀ ଦେଇଛି। ପ୍ରତ୍ୟେକ ବାଂଲାଦେଶୀଙ୍କୁ ନଚେତ ଏହାର ପରିଣାମ ଭୋଗିବ। ବୀର ସେନା ଆଇନକୁ ହାତକୁ ନେବାକୁ ପଛାଇବନି। ବାଂଲାଦେଶୀ ଲୋକଙ୍କୁ ପିଟିବା ସମର୍ଥନ କରିଛି ହିନ୍ଦୁ ରକ୍ଷା ଦଳ। ହିନ୍ଦୁ ରକ୍ଷାବାହିନୀ ସଦସ୍ୟ ଓ ଅନ୍ୟମାନଙ୍କ ଉପରେ ଆକ୍ସନ ନିଆଗଲେ, ନିଆଁ ଜଳିବ। ଦିଲ୍ଲୀ ପୁଲିସ କମିଶନରଙ୍କ କାର୍ଯ୍ୟାଳୟ ଘେରାଓ କରାଯିବ।

ବାଂଲାଦେଶରେ ଲାଗି ରହିଥିବା ହିଂସାରେ ହିନ୍ଦୁଙ୍କୁ ହତ୍ୟା ଘଟଣାରେ ବିଭିନ୍ନ ନିର୍ଯ୍ୟାତନା ନେଇ କେନ୍ଦ୍ର ସରକାର ବି ଉଦବେଗ ପ୍ରକାଶ କରିଛନ୍ତି। ହିନ୍ଦୁଙ୍କ ସୁରକ୍ଷା ଲାଗି ୫ ଜଣିଆ କମିଟି ଗଠନ କରିଛି ଗୃହ ମନ୍ତ୍ରଣାଳୟ। ଏହି କମିଟି ଭାରତ-ବାଂଲାଦେଶ ସୀମା ସ୍ଥିତିକୁ ଅନୁଧ୍ୟାନ କରି ବାଂଲାଦେଶ ପ୍ରତିପକ୍ଷଙ୍କ ସହ ଯୋଗାଯୋଗ କରି ଭାରତୀୟ ନାଗରିକ, ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ସୁରକ୍ଷା ବ୍ୟବସ୍ଥା କରିବେ। ବାଂଲାଦେଶରେ ମୋଟ୍ ଜନସଂଖ୍ୟାର ୮ ପ୍ରତିଶତ ହିନ୍ଦୁ ମୁଖ୍ୟତଃ ଶେଖ୍ ହାସିନାଙ୍କ ଦଳ ଆଓ୍ୱାମି ଲିଗର ସମର୍ଥକ ଅଟନ୍ତି। ସେପଟେ ରାଜନୈତିକ ଅସ୍ଥିରତାର ସୁଯୋଗ ନେଇ ବାଂଲାଦେଶରୁ ପ୍ରାୟ ୧୨ଶହ କଏଦୀ ଜେଲ ଭାଙ୍ଗି ପଳାଇବା ପରେ ଚିନ୍ତାରେ ବିଏସଏଫ। ଏମାନଙ୍କ ଭିତରେ ଅଧିକାଂଶ ଆତଙ୍କବାଦୀ। ଏମାନେ ଭାରତକୁ ଅନୁପ୍ରବେଶ କରିବାର ଆଶଙ୍କା ଥିବାରୁ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *