ଅଗଷ୍ଟ ୧୬ରେ ମୈଦାନକୁ ଉହ୍ଲାଇବେ ନବୀନ, ବିଜେପି ବିରୁଦ୍ଧରେ କରିବେ ଲଢେଇ

ଅଗଷ୍ଟ ୧୬ରୁ ବିଜୁ ଜନତା ଦଳ କରିବ ଜନ ଜାଗରଣ ଯାତ୍ରା । ପ୍ରତି ପଞ୍ଚାୟତରେ ଏହି ଯାତ୍ରା କରିବା ପାଇଁ ଡାକରା ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏକ୍ସରେ ଜନ ସାଧାରଣଙ୍କୁ ଏକ ଅପିଲ କରିଛନ୍ତି

ବିଜେପି ର ସବୁ କଥା ପ୍ରତିଶ୍ରୁତି ପାଣିର ଗାର ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେଲିନ୍ ମହାନ୍ତି । ଆମେ ଜାଗ୍ରତ ବିରୋଧୀ ଦଳ । ସୁଭଦ୍ରା ଯୋଜନା ମିଛ , ନିଜର ସଂକଳ୍ପ ପତ୍ରରେ କେବଳ ବଡ଼ ବଡ଼ କଥା । ଭତାଧାରୀ ଲୋକମାନଙ୍କୁ ୩୫୦୦ ଟଙ୍କା ଦିଆଯିବା ପାଇଁ ବିଜେପି କହିଥିଲା । କିନ୍ତୁ ବିଜେପି ଚଞ୍ଚକତା କରିଛି । ୮୦ ବର୍ଷରୁ ଅଧିକ ଏବଂ ୮୦ ପ୍ରତିଶତ ଭିନ୍ନକ୍ଷମ ଥିବା ଲୋକଙ୍କୁ ୩୫୦୦ ଟଙ୍କା ଦେବା କଥା କହିଛନ୍ତି । ଯାହା ଗ୍ରହଣଯୋଗ୍ୟ ନୁହେଁ । ତେଣୁ ବିଜେଡି ପ୍ରତି ପଞ୍ଚାୟତରେ ଅଗଷ୍ଟ ୧୬ରୁ ଏହିାକୁ ନେଇ ବିରୋଧ କରିବୁ । ଏବଂ ଲୋକଙ୍କୁ ନେଇ ଏହି ଜନ ଜାଗରଣ ଯାତ୍ରା କରିବୁ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *