ଚାଇନାରେ ଭାରତୀୟ କୂଟନୀତିଜ୍ଞ ଏବଂ ବହୁ ଦର୍ଶକଙ୍କ ସମ୍ମୁଖରେ ଦକ୍ଷିଣ ଭାରତର ଏକ ପ୍ରାଚୀନ ନୃତ୍ୟଶୈଳୀ ଭାରତନାଟ୍ୟମ୍ “ଅରଙ୍ଗେତ୍ରମ୍” ପରିବେଷଣ କରିଛନ୍ତି ୧୩ ବର୍ଷୀୟା ଚାଇନିଜ୍ ଝିଅ ଲେଇ ମୁଜି ।
ପଡ଼ୋଶୀ ଦେଶରେ ଲୋକପ୍ରିୟତା ହାସଲ କରୁଥିବା ପ୍ରାଚୀନ ଭାରତୀୟ ନୃତ୍ୟର ଯାତ୍ରାରେ ଚାଇନାରେ ଭାରତନାଟ୍ୟମ୍ ‘ଅରଙ୍ଗେତ୍ରମ୍’ ପରିବେଷଣ କରି ଇତିହାସ ରଚିଛନ୍ତି ଲେଇ ମୁଜି ।
ଚାଇନାର ଭାରତନାଟ୍ୟମ୍ ଛାତ୍ରୀ ୧୩ ବର୍ଷୀୟା ଲେଇ ମୁଜି ଚାଇନାର ବେଜିଂରେ ପ୍ରଥମ ଥର ପାଇଁ ଅରଙ୍ଗେତ୍ରମରେ ନୃତ୍ୟ ପରିବେଷଣ କରିଛନ୍ତି ।
ପ୍ରସିଦ୍ଧ ଭରତନାଟ୍ୟମ୍ ନୃତ୍ୟଶିଳ୍ପୀ ଲୀଲା ସାମସନ, ଭାରତୀୟ କୂଟନୀତିଜ୍ଞ ଏବଂ ଚାଇନାର ଦର୍ଶକମାନଙ୍କ ସାମ୍ନାରେ ଲେଇ ମୁଜି ରବିବାର ଏକକ ନୃତ୍ୟ ପ୍ରଦର୍ଶନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସଂସ୍କୃତି ଦାୟିତ୍ୱରେ ଥିବା ଭାରତୀୟ ଦୂତାବାସର ପ୍ରଥମ ସଚିବ ଟି ଏସ୍ ବିବେକାନନ୍ଦ କହିଛନ୍ତି, ଚାଇନାରେ ସମ୍ପୂର୍ଣ୍ଣ ପ୍ରଶିକ୍ଷିତ ଏବଂ ଚାଇନାରେ ପରିବେଷଣ କରିଥିବା ଜଣେ ଛାତ୍ରୀଙ୍କ ଦ୍ୱାରା ଏହା ହେଉଛି ପ୍ରଥମ ଅରଙ୍ଗେତ୍ରମ୍ ।
ଲେଇଙ୍କୁ ପ୍ରଶିକ୍ଷଣ ଦେଇଥିବା ଚାଇନିଜ୍ ଭରତନାଟ୍ୟମ୍ ନୃତ୍ୟଶିଳ୍ପୀ ଜିନ୍ ଶାନ୍ ଶାନ୍ କହିଛନ୍ତି, ‘ଲେଇଙ୍କ ଦ୍ୱାରା ପରିବେଷିତ ଅରଙ୍ଗେତ୍ରମ୍ ହେଉଛି ପ୍ରଥମ ଥର ପାଇଁ ଚାଇନାର ଜଣେ ଶିକ୍ଷକଙ୍କ ଦ୍ୱାରା ତାଲିମପ୍ରାପ୍ତ ଚାଇନାର ଛାତ୍ରୀଙ୍କ ଦ୍ୱାରା ପରିବେଷିତ ଭାରତୀୟ ନୃତ୍ୟ, ଯାହା ଭରତନାଟ୍ୟମ୍ ଇତିହାସରେ ଏକ ଐତିହାସିକ ଘଟଣା ।
Naxatra News is now on Whatsapp
Join and get latest news update delivered to you via whatsapp
Join Now