ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ପଦ୍ଣ ଧରିପାରନ୍ତି। କିଛି ବରିଷ୍ଠ ବିଜେପି ନେତାଙ୍କୁ ଭେଟିବା ପରେ ଏଭଳି ଚର୍ଚ୍ଚା ତେଜ୍ ହୋଇଛି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଆଗରୁ ଦଳ ଡେଇଁପାରନ୍ତି ଚମ୍ପାଇ। ଚମ୍ପାଇ ସୋରେନଙ୍କୁ ସରକାରରୁ ହଟାଯିବା ପରେ ଅସନ୍ତୁଷ୍ଟ ଅଛନ୍ତି। ତାଙ୍କ ସହ ଜେଏମଏମର କିଛି ବିଧାୟକ ବି ହେମନ୍ତଙ୍କ ହାତ ଛାଡ଼ିପାରନ୍ତି। ସେପଟେ ଚମ୍ପାଇ ଏ ଖବର ସତ ନା ଗୁଜବ ପ୍ରଶ୍ନରେ କୌଣସି ସ୍ପଷ୍ଟ ଉତ୍ତର ରଖିନାହାନ୍ତି। ଯେଉଁଠି ଅଛି, ଏବେ ସେଠି ଅଛି। କଅଣ ଗୁଜବ ପ୍ରଚାରିତ ହେଉଛି, ସେ ବାବଦରେ ସେ କିଛି ଜାଣିନାହାନ୍ତି କହି ଏଡ଼ାଇ ଯାଇଛନ୍ତି। ବିଜେପି ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟ ସଭାପତି ଦୀପକ ପ୍ରକାଶ କହିଛନ୍ତି, ତାଙ୍କ ପାଖରେ କୌଣସି ପକ୍କା ଖବର ନାହିଁ। କିନ୍ତୁ ଭଲ, କଳଙ୍କବିହୀନ ଓ ସଫଳ ମୁଖ୍ୟମନ୍ତ୍ରୀ ଭାବେ ଚମ୍ପାଇ ସୋରେନ୍ ଝାଡ଼ଖଣ୍ଡର ସେବା କରିଥିଲେ। ଝାଡ଼ଖଣ୍ଡର ବିକାଶ ଲାଗି ଉଲ୍ଲେଖନୀୟ କାମ କରିଥିଲେ। ତାଙ୍କୁ ଯେଭଳି ମୁଖ୍ୟମନ୍ତ୍ରୀ ପଦରୁ ବିନା ଦୋଷରେ ହଟାଗଲା, ତାହା ସମସ୍ତଙ୍କୁ ବ୍ୟଥିତ କରୁଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now