କୋଲକତା ପରେ ତାମିଲନାଡୁରେ ଲଜ୍ଜା

କୋଲକାତା ଟ୍ରେନି ମହିଳା ଡାକ୍ତର ଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାକୁ ନେଇ ସାରା ଦେଶ ସ୍ତବ୍ଦ ହୋଇ ହୋଇପଡିଛି । ଏହାରି ଭିତରେ ତାମିଲନାଡୁରେ ଆଉ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଅଷ୍ଟମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ବିଦ୍ୟାଳୟରେ ଏନସିସି ଅଧିକାରୀ ଦୁଷ୍କର୍ମ କରିଛନ୍ତି । ଛାତ୍ରୀଙ୍କ ପରିବାର ଲୋକେ ଏହା ଜଣିବା ପରେ ବିଦ୍ୟାଳୟ ପକ୍ଷରୁ ଘଟଣାଟିକୁ ଚାପିଦେବାକୁ ଉଦ୍ୟମ ହୋଇଛି ।

ନିକଟରେ ବିଦ୍ୟାଳୟର ଏନସିସି ଶିବିର ଆୟୋଜିତ ହୋଇଥିଲା । ଏହି ସମୟରେ ୧୭ ଜଣ ଝିଅ ରାତିରେ ବିଦ୍ୟାଳୟ ପ୍ରେକ୍ଷାଳୟରେ ରହିଥିଲେ । ଅଭିଯୁକ୍ତ ଏନସିସି ଅଧିକାରୀ ଶିବରମଣ ପୀଡିତା ଛାତ୍ରୀଙ୍କୁ ବାହାରକୁ ଡାକି ନେଇ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ । ଗତ ୮ ତାରିଖ ରାତିରେ ଏହି ଘଟଣା ଘଟିଥିଲା ବୋଲି କ୍ରିଷ୍ଣଗିରି ଏସପି ପି . ଥାଙ୍ଗାଦୁରାଇ କହିଛନ୍ତି ।

ଘଟଣା ପରେ ଛାତ୍ରୀ ଜଣକ ଏ ବିଷୟରେ ଉକ୍ତ ଘରୋଇ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଜଣାଇଥିଲେ ମଧ୍ୟ ଅଧ୍ୟକ୍ଷ ଜଣକ ଛାତ୍ରୀଙ୍କୁ ନିରବ ରହିବାକୁ କହିଥିଲେ । ପୁଲିସ ଏହାର ତଦନ୍ତ କରିବା ପରେ ଅଭିଯୁକ୍ତ ଶିବରମଣ ଶିବିର ରେ ଅନ୍ୟ ଛାତ୍ରୀମାନଙ୍କୁ ବି ଯୌନ୍ୟ ନିର୍ଯାତନା ଦେଇଥିବା ଜାଣିବାକୁ ପାଇଛି । ଅଭିଯୁକ୍ତ ଫେରାର ଥିବାବେଳେ ଘଟଣାକୁ ଚପାଇବାକୁ ଉଦ୍ୟମ କରିଥିବା ବିଦ୍ୟାଳୟ ସ୍କୁଲର ଅନ୍ୟ ୬ ଜଣଙ୍କୁ ଅଟକ ରଖିଛି

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *